ନୂଆଦିଲ୍ଲୀ : ତାମିଲନାଡ଼ୁରେ ଡିଏମକେ ଓ ଏଆଇଏଡ଼ିଏମକେ ମଧ୍ୟରେ ଭିନ୍ନ ଏକ ଲଢେ଼ଇ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଦୁଇ ଦଳ ନିଜର ତୁଙ୍ଗ ନେତୃତ୍ୱ କେ କରୁଣାନିଧି ଓ ଜେ ଜୟଲଳିତାଙ୍କ ବିନା ନିର୍ବାଚନ ଲଢ଼ିଥିଲେ । ପୂର୍ବରୁ ଯାହା ଆଶା କରାଯାଉଥିଲା ଏବେ ଠିକ ସେଇ ଫଳାଫଳ ହେବବୋଲି ଏକଜିଟ ପୋଲରୁ ଜଣାପଡ଼ିଛି । ତାମିଲନାଡ଼ୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ବୃହତ ବିଜୟ ହାସଲ କରିବାକୁ ଯାଉଛି । ରିପ୍ଲବିକ ଟିଭି-ସିଏନଏକ୍ସର ଆକଳନ ଅନୁଯାୟୀ ଏଆଇଏଡ଼ିଏମକେକୁ ୫୮ରୁ ୬୮ ଆସନ ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ଯେତେବେଳେକି ଡିଏମକେ ମେଂଟକୁ ୧୬୦ରୁ ୧୭୦ ଆସନ ମିଳିବ । ସେହିପରି ଏଏମଏମକେ ମେଂଟକୁ ମାତ୍ର ୪ରୁ ୬ ଆସନ ମିଳିବ । ଅପରପକ୍ଷରେ ପି-ମାର୍କର ଆକଳନ ଅନୁସାରେ ଏଆଇଏଡିଏମକେ ମେଂଟକୁ ୪୦ରୁ ୬୫ ଆସନ ମିଳିବାର ଥିବାବେଳେ ଡିଏମକେକୁ ୧୬୫ରୁ ୧୯୦ ଆସନ ମିଳିବ । ଏଏମଏମକେକୁ ୧ରୁ ୩ ଆସନ ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ଚାଣକ୍ୟ ମଧ୍ୟ ଅନରୂପ ଆକଳନ କରିଛି । ଏଆଇଏଡ଼ିଏମକେକୁ ୪୬ରୁ ୬୮ ଆସନ ମିଳିବ । ସେହିପରି ଡିଏମକେ ମେଂଟକୁ ୧୬୪ରୁ ୧୮୬ ଆସନ ମିଳିବାର ଥିବାବେଳେ ଅନ୍ୟମାନେ ଗୋଟିଏ ବି ଆସନ ହାସଲ କରିପାରିବେ ନାହିଁ ।
