ନୂଆଦିଲ୍ଲୀ : ଆସାମରେ କିଏ ବାଜିମାତ କରିବ ? ଏହାର ଉତର ମେ’ ୨ରେ ମିଳିବ । ତେବେ ଏକଜିଟ ପୋଲର ଆକଳନ ଅନୁଯାୟୀ ଆସାମରେ ପୁଣି ଥରେ ବିଜେପି ସରକାର ଗଢ଼ିବ । ଏବିପି-ସି ଭୋଟର ସର୍ଭେ ଅନୁଯାୟୀ, ଏନଡ଼ିଏକୁ ୫୮ରୁ ୭୧ ଆସନ ମିଳିବ । ସେହିପରି କଂଗ୍ରେସକୁ ୫୩ରୁ ୬୬ ଓ ଅନ୍ୟ ଦଳକୁ ୬ ଆସନ ମିଳିବ । ଯଦି ପି-ମାର୍କର ସର୍ଭେକୁ ଅନୁଶୀଳନ କରାଯାଏ ତେବେ ବିଜେପି ମେଂଟକୁ ୬୨ରୁ ୭୦, କଂଗ୍ରେସ ମେଂଟକୁ ୫୬ରୁ ୬୪ ଓ ଅନ୍ୟ ଦଳକୁ ୪ ଆସନ ମିଳିବ । ଅର୍ଥାତ ପି-ମାର୍କ ଅନୁଯାୟୀ ଆସାମରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଇଣ୍ଡିଆ ଟୁଡେ଼-ଆକ୍ସିସ ମାଇ ଇଣ୍ଡିଆର ସର୍ଭେ ଅନୁସାରେ ବିଜେପି ମେଂଟକୁ ୭୫ରୁ ୮୫, କଂଗ୍ରେସ ମେଂଟକୁ ୪୦ରୁ ୫୦ ଓ ଅନ୍ୟ ଦଳକୁ ୧ରୁ ୪ ଆସନ ମିଳିବ । ରିପ୍ଲବିକ ଟିଭି-ସିଏନଏକ୍ସର ସର୍ଭେ କହୁଛିଯେ, ବିଜେପି ମେଂଟକୁ ୭୪ରୁ ୮୪, କଂଗ୍ରେସ ମେଂଟକୁ ୪୦ରୁ ୫୦ ଓ ଅନ୍ୟ ଦଳକୁ ୧ରୁ ୩ ଆସନ ମିଳିବ ।
