ବିଏମସିରେ କୋଭିଡ୍ ବେଡର ଅଭାବ ନାହିଁ

ବିଏମସିରେ କୋଭିଡ୍ ବେଡର ଅଭାବ ନାହିଁ

ରାଜ୍ୟ

ଭୁବନେଶ୍ୱର : ଭୁବନେଶ୍ୱରରେ କୋଭିଡ୍ ବେଡ ଅଭାବ ନାହିଁ । କରୋନା ସ୍ଥିତି ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ବର୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ଚିକିତ୍ସା ବିଏମସିରେ ବେଡର ଅଭାବ ନାହିଁ । ବର୍ତମାନ ସୁଦ୍ଧା ୩୫୫୩ଟି ବେଡ୍ ଉପଲବ୍ଧ ରହିଛି । ଉପଲବ୍ଧ ବେଡ୍ ମଧ୍ୟରୁ ୫୩୧ଟି ଆଇସିୟୁ ବେଡ୍ ରହିଛି । ଆଇସିୟୁ ବେଡର ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି । ୫୩୬ଟି ଏଚଡିୟୁ ବେଡ୍ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ବିଏମସି ଅଧୀନରେ ସାଧାରଣ ବେଡ ସଂଖ୍ୟା ୨୧୮୬ ରହିଛି । ସାଧାରଣ ବେଡର ୫୦ ପ୍ରତିଶତ ଖାଲି ପଡିଛି । ଭୁବନେଶ୍ୱରର ୮୫% ଆକ୍ରାନ୍ତ ଘରେ ଆଇସୋଲେସନରେ ଅଛନ୍ତି । ପ୍ରତି ୱାର୍ଡର ଆରଆରଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି ।