ପୁଣେ: ଦେଶରେ ଲାଗି ରହିଥିବା ଏହି ଟିକା ଅଭାବ ପରିସ୍ଥିତି ଆସନ୍ତା ଜୁଲାଇ ଯାଏ ଜାରି ରହିବ ବୋଲି ବିଶ୍ୱର ବୃହତ୍ତମ ଟିକାନିର୍ମାତା ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନା୍ୱାଲା ଆଶଙ୍କା ପ୍ରକଟ କରିଛନ୍ତି । କାରଣ ତାଙ୍କ ସଂସ୍ଥା ଜୁଲାଇ ବେଳକୁ ହିଁ ନିଜର ଟିକା ପ୍ରସ୍ତୁତି କ୍ଷମତାକୁ ମାସିକ ୬-୭ କୋଟିରୁ ୧୦ କୋଟି ଯାଏ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ସୁତରାଂ ସେତେବେଳକୁ ଏହି ଟିକା ଅଭାବ ଦୂର ହୋଇପାରେ ବୋଲି ସେ ଏପରି ଭବିଷ୍ୟବାଣୀ କରିଛନ୍ତି । ସମ୍ପ୍ରତି ଦେଶରେ ଜାରି ରହିଥିବା ଗଣଟିକାକରଣ ପ୍ରକ୍ରିୟାରେ ଗତ ପହିଲାରୁ ୧୮ରୁ ୪୫ ବର୍ଷ ବୟସର ପ୍ରାୟ ୫୯ କୋଟି ସଂଖ୍ୟକ ବୃହତ୍ତମ ଗୋଷ୍ଠୀର ହିତାଧିକାରୀ ସାମିଲ ହେବା ପରେ ପରେ ଶ୍ରୀ ପୁନାୱାଲାଙ୍କ ଏପରି ଆଶଙ୍କା ପ୍ରକଟ ଗୁରୁତ୍ୱ ବହନ କରୁଛି ।
