ସୁରଟ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ସୁରଟ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଜାତୀୟ ଖବର

ସୁରଟ : ଗୁଜରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଂଟରରେ ଗତକାଲି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ତେବେ ବହୁସଂଖ୍ୟକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କେତେକ ଛାତ୍ର ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପ୍ରାଣ ହରାଇଛନ୍ତି। ତେବେ କୋଚିଂ ସେଂଟର ପରିଚାଳନାକୁ ଅଟକ ରଖି କ୍ରାଇମବ୍ରାଂଚ ପଚରାଉଚରା କରୁଛି । ସୂଚନା ଅନୁଯାୟୀ ସୁରଟର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଳା କମ୍ପ୍ଲେକ୍ସର ଏକ କୋଚିଂ ସେଂଟର ରହିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଘର ଧୂଆଁରେ ଭର୍ତ୍ତି ହୋଇଯିବାରୁ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତଳକୁ ଡେଇଁ ପଡ଼ିଥିଲେ।