ଅଗରତାଲା: କରୋନା କଟକଣା ପାଳନ କରିବାକୁ ଯାଇ ଏକ ବିବାହ ଉତ୍ସବକୁ ଅଧାରୁ ବନ୍ଦ କରି ଦେଇଥିବା ତି୍ରପୁରା ପଶ୍ଚିମ ଜିଲ୍ଲାର ଜିଲ୍ଲାପାଳ ଶୈଳେଶ କୁମାର ଯାଦବଙ୍କୁ ନିଲମ୍ବନ କରାଯାଇଛି । କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ଉଦେ୍ଧଶ୍ୟରେ ଜିଲ୍ଲାପାଳ ଶ୍ରୀ ଯାଦବ ବିବାହ ଉତ୍ସବକୁ ଅଧାରୁ ଅଟକାଇବା ସହିତ ଉପସ୍ଥିତ ସମସ୍ତ ଅତିଥି ଓ ବରକନ୍ୟାଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ । ଏଥିପାଇଁ ଜିଲ୍ଲାପାଳ ପୁଲିସ ବଳ ପ୍ରୟୋଗ କରିଥିଲେ । ବିବାହ ଉତ୍ସବ ପାଇଁ ପରିବାର ଲୋକ ସ୍ଥାନୀୟ ପ୍ରଶାସନଠାରୁ ଆଣିଥିବା ଅନୁମତି ପତ୍ରକୁ ଦେଖାଇଥିବା ବେଳେ ଜିଲ୍ଲାପାଳ ଏହାକୁ ଚିରି ଦେଇଥିଲେ । ଗତ ଏପି୍ରଲ ୨୬ରେ ଅଗରତାଲାର ଏକ ବିବାହ ମଣ୍ଡପରେ ଏହି ଘଟଣା ଘଟିଥିଲା । ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାଙ୍କର ବହିଷ୍କାର ଦାବି ହୋଇଥିଲା ।
