ଫ୍ରିଜ୍ରେ ଅଧିକ ଦିନ ରନ୍ଧା ଖାଦ୍ୟ ହେଉ କିମ୍ବା ପନିପରିବା ସାଇତି ରଖିଲେ, ତାହାର କୁପ୍ରଭାବ ପଡ଼ିଥାଏ। ସବୁବେଳେ ମନେରଖିବେ, ଫୁଡ୍ ଷ୍ଟୋର୍ରେ ମିଳୁଥିବା ଫ୍ରୋଜନ୍ ଫୁଡ୍କୁ ଡିପ୍ ଫ୍ରିଜର୍ରେ ହିଁ ରଖିବେ। କେତେଦିନ ପର୍ୟ୍ୟନ୍ତ ଏସବୁ ଖାଇହେବ, ତାହା ମଧ୍ୟ ପ୍ୟାକେଟ୍ ପଛରେ ଉଲ୍ଲେଖ ଥାଏ। -ଭାତ, ଫ୍ରାଏଡ୍ ରାଇସ୍, ପଲଉ, ବିରିୟାନୀ ଆଦି ପ୍ରକାରର ବ୍ୟଞ୍ଜନକୁ ୪୮ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍ରେ ରଖିବା ଅନୁଚିତ। ଏପରି କରୁଥିଲେ ଖାଦ୍ୟରେ ବ୍ୟାକ୍ଟେରିଆ ହୋଇ ପେଟ ସଂକ୍ରମଣର ଭୟ ରହିଛି। -ରନ୍ଧା ଖାଦ୍ୟ ଓ କଞ୍ଚା ପରିବା, ଫ୍ରିଜ୍ରେ ଅଲଗାଅଲଗା କରି ରଖନ୍ତୁ। ସେହିପରି କେତେଜଣ କଟା ଫଳ, ଫଳ ରସ ଇତ୍ୟାଦି ତିଆରି କରି ଫ୍ରିଜ୍ରେ ରଖିଦିଅନ୍ତି। ଏସବୁ ସତେଜ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। -ପାଚିଲା ଅମୃତଭଣ୍ଡା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏହି ଫଳକୁ ୬ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍ରେ ରଖିବା ଅନୁଚିତ। -ଏହା ମଧ୍ୟ ଜାଣିରଖନ୍ତୁ, ଆଜିକାଲି ଫୁଡ୍ ଷ୍ଟୋର୍ରୁ ମିଳୁଥିବା ଫ୍ରୋଜେନ୍ ମଟର, ମକା, ଅନ୍ୟାନ୍ୟ କଟା ପରିବା ଇତ୍ୟାଦିକୁ ଆପଣ ଏକ ନିର୍ଦିଷ୍ଟ ସମୟ ପର୍ୟ୍ୟନ୍ତ ଖାଇପାରିବେ। – ଫ୍ରୋଜେନ୍ ପରଟା, ରୁଟି ଇତ୍ୟାଦି ଖାଇବା ଠାରୁ ଦୂରେଇ ରୁହନ୍ତୁ। କଦବା କ୍ବଚିତ୍ ଏସବୁ ଖାଇପାରନ୍ତି, କିନ୍ତୁ ନିୟମିତ ଭାବେ ଏସବୁ ଖାଇଲେ ବିଭିନ୍ନ ରୋଗ ହେବାର ଭୟ ଥାଏ।
