ସୁନାବୋହୁ ହେବା ପାଇଁ ଜାଣନ୍ତୁ କ’ଣ କରିବେ?

ସୁନାବୋହୁ ହେବା ପାଇଁ ଜାଣନ୍ତୁ କ’ଣ କରିବେ?

ଜାଣିବା କଥା

ଭୁବନେଶ୍ୱର : ବାହାଘର ଏବେ ହୋଇଥାଉ ବା ୫ ବର୍ଷ ଆଗରୁ ସୁନା ବୋହୁ ହେବା ସହଜ କଥା ନୁହେଁ । ସୁନାବୋହୁ ହେବାପାଇଁ କେବଳ ପରିଶ୍ରମ ନୁହେଁ ଦରକାର ବୁଦ୍ଧି ଏବଂ କିଛି କୌଶଳ ଯାହା କେବଳ ଆପଣଙ୍କୁ କାମକୁ ହାଲକା କରିଦେଇନଥାଏ ଆପଣଙ୍କୁ କରିଥାଏ ସୁନା ବୋହୁ । ଆଜି ଆପଣଙ୍କୁ ଆମେ ସେହି କୌଶଳ ବିଷୟରେ କହିବୁ । କୁହାଯାଏ ସମସ୍ତଙ୍କ ହୃଦୟକୁ ଯିବାର ରାସ୍ତା ସେମାନଙ୍କ ପେଟ ଦେଇଯାଇଥାଏ । ତେବେ ଏହାହିଁ ହେବ ଅପଣଙ୍କ ସୁନାବୋହୁ ହେବାର ପ୍ରଥମ ଅସ୍ତ୍ର । ଆପଣଙ୍କ ଶାଶୁ ଶ୍ୱଶୁରଙ୍କର ଅତି ପ୍ରିୟର ଖାଦ୍ୟ ପ୍ରତିି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ପ୍ରତ୍ୟେକ ମଣିଷଙ୍କୁ ନିଜ ପ୍ରଶଂସା ଭାରି ଭଲଲାଗେ । ତେଣୁ ସମୟେ ସମୟେ ଶାଶୁ ଶ୍ୱଶଶୁରଙ୍କ ବିଷୟରେ ସାଇ, ପଡିଶାଙ୍କ ଆଗରେ ପ୍ରଶଂସା କରିବା ଶିଖନ୍ତୁ । ଯଥା ସମ୍ଭବ ଶାଶୁଙ୍କ କାମ କରିଦିଅନ୍ତୁ । ଶାଶୁଙ୍କ ମୁଣ୍ଡ କୁଣ୍ଡାଇବା ସହ ତାଙ୍କର ଲୁଗାପଟା ଠିକ ଭାବରେ ସଜାଇ ରଖନ୍ତୁ । ଭୁଲରେ ମଧ୍ୟ ଶାଶୁଙ୍କ ଆଗରେ ବାପଘରର ବଡିମା ଦେଖାନ୍ତୁ ନାହିଁ । ଅବସର ସମୟରେ ଶାଶୁଙ୍କ ସହ ମଜାକଥା ବା ହସଖୁସିରେ ଭାଗ ନିଅନ୍ତୁ । ଶାଶୁ ଶିକ୍ଷିତ ହୋଇଥିଲେ ତାଙ୍କୁ ଧର୍ମଭିତ୍ତିକ କୌଣସି ଉପଯୋଗୀ ବହି ଉପହାର ଦିଅନ୍ତୁ । ପ୍ରତ୍ୟେକ ରାତି ବା ସୁବିଧା ସମୟରେ ଶାଶୁଙ୍କୁ ଘଷିମୋଡି ଦିଅନ୍ତୁ । ତାଙ୍କ ସହ ଆଲୋଚନା କରି ପ୍ରତ୍ୟେକ ସମସ୍ୟାର ସମାଧାନ କରନ୍ତୁ । ହଠାତ ଅବାନ୍ତର ଉତ୍ତର ଦିଅନ୍ତୁ ନାହିଁ । ଭୁଲ ମାନିନେଲେ କେହି କେବେ ଛୋଟ ହୋଇଯାଏ ନାହିଁ । ତେଣୁ କୌଣସି ଅପ୍ରୀତିକର ପରିସ୍ଥି୍ତି ବା ନିଜର ଭୁଲ ଥିଲେ ସହଜରେ ମାନି ନିଅନ୍ତୁ । ଶାଶୁ ଯେତେ ଭଲ ହେଲେ ମଧ୍ୟ ଶାଶୂଙ୍କ ଆଗରେ ପର ପୁରୁଷ ସହ କଥାବାର୍ତ୍ତା କରିବା ହେଉଛି ମସ୍ତବଡ଼ ଭୁଲ । ତେଣୁ ଏଭଳି ଭୁଲ କେବେ କରନ୍ତୁ ନାହିଁ । ସର୍ବଦା ଶାନ୍ତ ,ନମ୍ର ଓ ଧୈର୍ଯ୍ୟଶୀଳ ହୁଅନ୍ତୁ ତେବେ ଯାଇ ଆପଣ ସୁନାବୋହୁ ହୋଇ ପାରିବେ ।