ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦ ଅନ୍ତର୍ଗତ ଜସରାନାରୁ ବିଜେପି ବିଧାୟକ ରାମଗୋପାଳ ଲୋଧିଙ୍କର କରୋନା ସଂକ୍ରମିତ ପତ୍ନୀଙ୍କୁ ବେଡ ନ ମିଳିବା କାରଣରୁ ୩ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲର ଚଟାଣରେ ରହି ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ରାମଗୋପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଫିରୋଜାବାଦର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟବସ୍ଥା ବିଭିଡିବା କାରଣରୁ ତାଙ୍କୁ ଆଗ୍ରାସ୍ଥିତ ଏସଏନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ବେହ ନ ମିଳିବା କାରଣରୁ ୩ ଘଣ୍ଟାରୁ ଅଧିକ ସମୟ ଧରି ସେ ଚଟାଣରେ ଶୋଇ ରହିଥିବା ଖୋଦ ବିଧାୟକ ରାମଗୋପାଳ ଅଭିଯୋଗ କରିଛନ୍ତି । ସେଠାରେ ତାଙ୍କ ପତ୍ନୀଙ୍କୁ ଠିକ ରୂପେ ଚିକିତ୍ସା କରାଯାଉନଥିବା ଏବଂ ଠିକ ସମୟରେ ଖାଦ୍ୟ ଦିଆଯାଉନଥିବା ମଧ୍ୟ ବିଧାୟକ ଜଣକ ଅଭିଯୋଗ କରିଛନ୍ତି ।
