ଗରମ ଖାଦ୍ୟ ଖାଇବା ପରେ ଝିଭ ସିଝି ଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଗରମ ଖାଦ୍ୟ ଖାଇବା ପରେ ଝିଭ ସିଝି ଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଅନେକ ସମୟରେ ଚା’ କିମ୍ବା ଅନ୍ୟ କୌଣସି ଗରମ ଖାଦ୍ୟ ଖାଇବା ଦ୍ୱାରା ଜିଭ ସିଝିଯାଏ । ଦିନେ ଦୁଇଦିନ ବୋହୁତ କଷ୍ଟ ହୋଇଥାଏ । ଯାହାଦ୍ୱାରା କୌଣସି ଖାଦ୍ୟର ସ୍ୱାଦ ଜଣା ପଡ଼ିନଥାଏ, ପୂରା ଦିନ ଭଲ ଲାଗେ ନାହିଁ । ୧) ଚା’ ପିଇ ଜିଭ ଜଳିଯାଇଛି କି? ଅଳ୍ପ କିଛି ବେକିଙ୍ଗ୍‌ ସୋଡ଼ା ପାଣିରେ ଗୋଳାଇ କୁଳି କଲେ ଉପଶମ ମିଳେ । ୨ ) ଘିକୁଁଆରୀ (ଆଲୋଭେରା) କୁ ବରଫରେ ଜମାଟ କରି ଜିଭ ପୋଡ଼ିଥିବା ଜାଗାରେ ରଖିଲେ, କଷ୍ଟ ଦୂର ହୁଏ ଗୋଟେ ଚାମଚ ଦହି କିଛି ସମୟ ପାଟିରେ ରଖନ୍ତୁ । ଦେଖିବେ କିଛି ସମୟ ପରେ ଆରାମ ଲାଗିବ । ୩) ଜିଭ ସିଝି ଯାଇଥିଲେ ସେହି ସ୍ଥାନରେ କିଛି ଚିନି ମିଳାଇବା ପର୍ୟ୍ୟନ୍ତ ରଖନ୍ତୁ, ଆରାମ ମିଳିବ । ୪) ବରଫକୁ ପାଣିରେ ଧୋଇ ଦେଇ କଷ୍ଟ ହେଉଥିବା ସ୍ଥାନରେ ଲଗାଇ ପାରିବେ । ୫୦ ଏହାଛଡ଼ା ଜିଭରେ ମହୁ ବ୍ୟବହାର କରି ପାରିବେ । ଏହା ଆରାମ ଦେବ ।