ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ବି କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲୋ ଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟ ନିୟମକୁ ପରିବର୍ତ୍ତନ କରାଯାଇଛି । ଖୁଚୁରା ଓ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଭିନ୍ନ ସମୟ ଧାର୍ଯ୍ୟ କରାଯାଇଛି । ରାତି ସାଢେ ୩ରୁ ସକାଳ ସାଢେ ୬ ଟା ଯାଏଁ ହୋଲସେଲର ଜିନିଷ କିଣିପାରିବେ । ସେହିପରି ସକାଳ ସାଢେ ୬ରୁ ଦିନ ୧୨ ଯାଏଁ ଖୁଚୁରା ବ୍ୟବସାୟୀ ଜିନିଷ କିଣିପାରିବେ । ହାଟରୁ ଭିଡ଼ କମାଇବାକୁ ଜିଗଜାଗ ଫର୍ମାଟରେ ଦୋକାନ ଖୋଲିବ ବୋଲି ଜଣାଯାଇଛି ।
