ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି

ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି

ବିଶେଷ ଖବର

ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ବ୍ୟକ୍ତି । ଇଟାଲିର ଦିମିତ୍ରି ପନିଶେରା ଏପରି କରି ୱାଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଆଗରୁ ଏପରି ରେକର୍ଡ କହି କରିନାହାନ୍ତି । ୨୦୧୩ରେ ପନିଶିରା ଏହି ରେକର୍ଡ ସୃଷ୍ଟି କରିଥିଲେ । ସେହି ସମୟରେ ସେ ୮୫ ସ୍କୁପ ଆଇସକ୍ରିମ ଗୋଟିଏ କୋନରେ ଭର୍ତ୍ତି କରିଥିଲେ । ଏହା ପରେ ଆଶ୍ରିତା ଫୁରମାନ ତାଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ । ଆଶ୍ରିତା ଗୋଟିଏ କୋନରେ ୧୨୩ ସ୍କୁପ ଆଇସକ୍ରିମ ଭର୍ତ୍ତି କରିଥିଲେ । ଏବେ ଦିମିତ୍ରି ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗୋଟିଏ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗତ କିଛି ସପ୍ତାହରେ ୩ଟି ନୂଆ ଗ୍ରିନିଜ ୱାଲ୍ଡ ରେକର୍ଡ କରାଯାଇଛି । ଦୁବାଇରେ ଅଜମତ ଖାନ ଯିଏକି ଆଥଲେଟିକ ଅଛନ୍ତି ସେ ସବୁ ଠାରୁ ଅଧିକ ମାଇଲି ଡବଲ ଦୌଡ଼ି ୱାଲ୍ଡ ରେକର୍ଡ ସୃଷ୍ଟି କରିଥିଲେ । ୬ ମିନିଟ ୧ ସେକେଣ୍ଡରେ ସେ ଏହି ରେକର୍ଡ କରିଥିଲେ । ସେହିପରି ଆଡ୍ରିଆନ ଲମ୍ବା ନାମକ ମହିଳା ୧୦ ଘଣ୍ଟା କାଳ ଗୋଟିଏ ଗଛକୁ ଆଲିଙ୍ଗନ କରି ଗ୍ରିନିଜ ୱାଲ୍ଡ ରେକର୍ଡ ସୃଷ୍ଟି କରିଥିଲେ । ସେପ୍ଟେମ୍ବରରେ ଲେହ ରାଟକେବର ନାମ ଏକ ବ୍ରିଟେନ ମହିଳା ୩ ମିନିଟରେ ୧୦ ଜାମ ଖାଇ ଗ୍ରିନିଜ ରେକର୍ଡ ସୃଷ୍ଟି କରିଥିଲେ ।