ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃଳମୂଳ ସ୍ତରରୁ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । କରୋନାକୁ ନେଇ ଆଗାମୀ ୧୫ ଦିନ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଭିନ୍ନ ସ୍ତରର ସ୍ୱେଚ୍ଛାସେବୀଙ୍କୁ କୋଭିଡ ମୁକାବିଲାରେ ସାମିଲ ପାଇଁ କହିଛନ୍ତି । ଗାଁ ଓ ପୌରାଂଚଳରେ କୋଭିଡ ମ୍ୟାନେଜମେଂଟ କମିଟି ପାଇଁ ପରାମର୍ଶ ଦେଇଛନ୍ତି । ସର୍ବଦଳୀୟ କୋଭିଡ ପରିଚାଳନା କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟକୁ ସମସ୍ତ ସହାୟତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଟିକା, ଟେଷ୍ଟିଂ ଓ ଆବଶ୍ୟକ ଔଷଧ ସମ୍ପର୍କରେ କଥା ହୋଇଛନ୍ତି । ଟିକାର ଆବଶ୍ୟକତା ସମ୍ପର୍କରେ ଧମେନ୍ଦ୍ରଙ୍କୁ ଅବଗତ କରାଯାଇଛନ୍ତି ମୁଖ୍ୟମନ୍ତ୍ରୀ