ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୁଂଚିଲା ସିଭିଲ୍ ସର୍ଭିସ ପରୀକ୍ଷା । ଜୁନ୍ ୨୭ରେ ହେବାକୁ ଥିବା ପରୀକ୍ଷା ଅକ୍ଟୋବର ୧୦କୁ ଘୁଂଚିଲା । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ୟୁପିଏସସି ଏହି ନିଷ୍ପତି ନେଇଛି ।
