କଫିନ ଭିତରେ ଥିବା ଶବ କାନ୍ଦିଲା, ତାପରେ କ’ଣ ହେଲା ଜାଣନ୍ତୁ.....

କଫିନ ଭିତରେ ଥିବା ଶବ କାନ୍ଦିଲା, ତାପରେ କ’ଣ ହେଲା ଜାଣନ୍ତୁ.....

ବିଶେଷ ଖବର

୧୯୧୫ ସମୟର ଦକ୍ଷିଣ ଆମେରିକାର ଏହି ଘଟଣାଟି ଖୁବ ଚର୍ଚ୍ଚିତ ହୋଇଥିଲା, ଦକ୍ଷିଣ କ୍ୟାରୋଲିନା ନିବାସୀ ଇସି ଡୁନବାର ହୃଦଘାତରେ ପ୍ରାଣ ହରାଇଲେ । ଶେଷ କୃତ୍ୟ ପାଇଁ ଇସିଙ୍କ ବଡ଼ ଭଉଣୀଙ୍କ ଆସିବା ପର୍ଯ୍ୟନ୍ତ ଅନ୍ୟ ପରିବାର ଲୋକ ଅପେକ୍ଷା କଲେ, କିନ୍ତୁ ଅଧିକ ବିଳମ୍ବ ହେବାରୁ ଯଥାରୀତି ଭାବେ ନିୟମ ଅନୁସାରେ କଫିନ ଦିଆଗଲା । ଏହି କାମର ୧୦ ମିନିଟ ପରେ ତାଙ୍କ ବଡ଼ ଭଉଣୀ ଆସି ପହଞ୍ଚିଲେ । ଉପସ୍ଥିତ ଲୋକ ଓ ପାଦ୍ରୀମାନଙ୍କୁ ସେ ବଡ଼ କାକୁତି ମିନତି ହେଲେ ଯେ ଶେଷ ଥର ପାଇଁ ସେ ନିଜ ସାନ ଭଉଣୀର ମୁହଁ ଦେଖିବାକୁ ଚାହୁଁଛନ୍ତି । ପାଦ୍ରୀମାନେ ବହୁ ଭାବିବା ପରେ ଏହି କାମ କରିବାକୁ ନିଷ୍ପତ୍ତି ନେଲେ କାରଣ ବଡ଼ ଭଉଣୀ କାନ୍ଦି କାନ୍ଦି ଅନୁରୋଧ କରୁଥାନ୍ତି । କଫିନ ବାହାର କରାଯାଇ ଖୋଲାଗଲା, ଇସିଙ୍କ ବଡ଼ ଭଉଣୀ ନିଓମି ସାନ ଭଉଣୀକୁ କୁଣ୍ଢାଇ କିଛି ସମୟ କାନ୍ଦିଲେ । ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହେବା ସହ ଚିକ୍ରାର କଲେ ଯେତେବେଳେ ଇସି ମଧ୍ୟ କାନ୍ଦିଲେ । ମରିବା ଲୋକଟେ କାନ୍ଦିଲା କିପରି, ଆଉ ବିଳମ୍ବ ନ କରି ପାଖରେ ଥିବା ଜଣେ ଡାକ୍ତରଙ୍କୁ ଘଟଣାସ୍ଥଳକୁ ଅଣାଗଲା । ଡାକ୍ତର ମଧ୍ୟ କହିଲେ ଇସି ଜୀବିତ ଅଛନ୍ତି କଫିନରେ ମୃତ ମହିଳା ଜଣକ ପୁଣି ଜୀବିତ ହେବା ସେ ସମୟର ବଡ଼ ଘଟଣାଥିଲା । ଏହି ଘଟଣା ପଛର ରହସ୍ୟ ବିଶେଷଜ୍ଞ ଦଳ ବାରମ୍ବାର ଅନୁସନ୍ଧାନ କରି ମଧ୍ୟ ଜାଣି ପାରିନଥିଲେ । ଇସିଙ୍କୁ ତାଙ୍କ ପ୍ରଥମ ହୃଦଘାତ ପରର ଅନୁଭୂତି ପଚରାଯିବା ସମୟରେ ସେ ମଧ୍ୟ କହିଥିଲେ ଏହା ପଛର ସତ ସେ କାହାକୁ କହିପାରିବେ ନାହିଁ ।