ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ସାମାନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ରାଜ୍ୟରେ ଏବେ ସୁଟିଂ ହୋଇପାରିବନି ସିରିଏଲ ବା ଚଳଚ୍ଚିତ୍ର । ସମସ୍ତ ପ୍ରକାର ଇନଡୋର, ଆଉଟଡୋର ସୁଟିଂ ବନ୍ଦ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଆସି ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ ପାଇଁ ଏସଆରସି କହିଛନ୍ତି ।
