ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ

ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ

ଜାତୀୟ ଖବର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଗୁଜରାଟ ସହ ୭ଟି ରାଜ୍ୟକୁ ଭୟଙ୍କର ବାତ୍ୟା ମାଡି ଆସୁଛି । ଆରବ ସାଗର ଉପରେ ସୃଷ୍ଟି ଘୂର୍ଣ୍ଣିଝଡ ‘ତାଉତେ’ ଯୋଗୁ ଏସବୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ପ୍ରଚଣ୍ଡ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ତାଉତେ । ଦିନ ୧୨ଟାରୁ ଅପରାହ୍ନ ୩ଟା ଭିତରେ ଉପକୂଳ ଛୁଇଁବ । ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ଦଲକା ଦଲକା ପବନର ବେଗ ଘଂଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ଯିବ ।