୧୯୮୭ ମସିହାର ଆଇକନିକ ଚଳଚ୍ଚିତ୍ର ମିଷ୍ଟର ଇଣ୍ଡିଆର ମୋଗାମ୍ବୋ ଖୁବ ହୁଆ., ସଂଳାପ ଏବେ ବି ବେଶ ଲୋକପି୍ରୟ । ମିଷ୍ଟର ଇଣ୍ଡିଆ ଭୂମିକାରେ ଅନୀଲ କପୁରଙ୍କ ଅଭିନୟ ହେଉ କି ଶ୍ରୀଦେବୀଙ୍କ ହୱାହୱାଇ ନୃତ୍ୟ; ଏବେ ବି ତାହାର ଛାପ ସିନେପ୍ରେମୀଙ୍କ ହୃଦୟରେ ସାଇତି ହୋଇ ରହିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମୋଗାମ୍ବୋ ଚରିତ୍ର ପାଇଁ ନିର୍ମାତାମାନଙ୍କ ପ୍ରଥମ ପସନ୍ଦ ଥିଲେ ଦିଗଗଜ ଅଭିନେତା ଅନୁପମ ଖେର । ଏକ ସାକ୍ଷାତକାରରେ ଅନୁପମ ନିଜେ ଏ କଥା କହିଛନ୍ତି । ସେ କହିଛନ୍ତି ଶେଖର କପୁରଙ୍କ ନିଦେ୍ର୍ଧଶିତ ଏହି ଚଳଚ୍ଚିତ୍ରରେ ମୋଗାମ୍ବୋ ଚରିତ୍ର ପ୍ରଥମେ ତାଙ୍କୁ ଦିଆଯାଇଥିଲା । କିନ୍ତୁ ୨ ମାସ ପରେ ହଠାତ ଅମରେଶ ଜୀଙ୍କୁ ସାଇନ କରାଗଲା । ସେତେବେଳେ ଭାରି ଅପମାନ ଲାଗିଲା, ଦୁଃଖ ବି । କିନ୍ତୁ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଅମରେଶଜୀଙ୍କୁ ମୋଗାମ୍ବୋ ଚରିତ୍ରରେ ଦେଖିବା ପରେ ଆତ୍ମସନ୍ତୋଷ ଅନୁଭୂତ ହୋଇଥିଲା । ଅମରେଶ ଜୀଙ୍କ ଛଡ଼ା ଏହି ଚରିତ୍ରକୁ ଏଭଳି ନ୍ୟାୟ ଆଉ କେହି ବି ଦେଇପାରିନଥାନ୍ତେ ବୋଲି ମୁଁ ଜାଣିପାରିଥିଲି । ସେ ଯେଭଳି ଅଭିନୟ କରି ଏହି ଚରିତ୍ରକୁ ଅମର କରିଦେଲେ, ହୁଏତ ମୁଁ ପାରିନଥାନ୍ତି ବୋଲି ଅନୁପମ କହିଛନ୍ତି ।
