ପ୍ରଚୁର ପରିମାଣରେ ପୋଟାସିୟମ ଭରପୁର କଦଳୀ ଖାଇଲେ ଥଣ୍ଡା ହୋଇଥାଏ ବୋଲି ଅଧିକାଂଶଙ୍କ ଧାରଣା । ବିଶେଷଜ୍ଞଙ୍କ ମତ ଯେ କଦଳୀ ଖାଇଲେ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଗୋଟିଏ କଦଳୀ ଖାଇଲେ ୧୦୦ କ୍ୟାଲୋରୀ ଶକ୍ତି ମିଳିଥିବା ବେଳେ ଥଣ୍ଡାରୁ ରକ୍ଷା କରେ । ଶୀତ ଦିନେ ରାତିବେଳା କିମ୍ବା ସନ୍ଧ୍ୟା ସମୟରେ ଦହି ଏବଂ ଏଥିରୁ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ ନ ଖାଇବା ଉଚିତ । ଏହା କାରଣରୁ କଫ ହେବାର ଭୟ ରହିଥାଏ । ଦିନବେଳା ଦହି ଖାଇବା ଉଚିତ । ଅଳ୍ପ ପରିମାଣରେ ଖାଇଲେ ଏହା କାରଣରୁ ଥଣ୍ଡା କିମ୍ବା ଜ୍ୱର ହେବାର ଆଶଙ୍କା ନଥାଏ । ଥଣ୍ଡାରୁ ରକ୍ଷା ପାଇବାକୁ ହେଲେ ଭିଟାମିନ ସଂଯୁକ୍ତ ଫଳ ଓ ପନିପରିବାକୁ ନିଜ ଭୋଜନ ତାଲିକାରେ ସାମିଲ କରାଇବା ଆବଶ୍ୟକ । ଏହା ସହ ଧ୍ୟାନରେ ରଖିବା ଉଚିତ ଯେ ଥଣ୍ଡା ହୋଇଥିଲେ ଖିର ପିଇବା ଅନୁଚିତ । ଏହା କାରଣରୁ କଫ ହୁଏ ବୋଲି ବିଶେଷଜ୍ଞଙ୍କ ମତ । ମଇଦା ପ୍ରସ୍ତୁତ ଖାଦ୍ୟ ଓ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ମଧ୍ୟ ଥଣ୍ଡା ହୋଇଥିଲେ ନ ଖାଇବା ଉଚିତ ।
