ନୂଆଦିଲ୍ଲୀ : ୨୦୧୧ ବିଶ୍ୱକପରେ ଦକ୍ଷିଣ ଆଫି୍ରକା ଦଳର କ୍ୱାର୍ଟର ଫାଇନାଲ ପରାଜୟ ପାଇଁ ଫାପ ଡୁ’ପ୍ଲେସିଙ୍କ ହତ୍ୟା ଧମକ ଦିଆଯାଇଥିଲା । ସେ ନିଜେ ଏ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି ନୁ୍ୟଜିଲାଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲରେ ଆମ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏବି ଡି’ଭିଲର୍ସ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ । ଏହି ମ୍ୟାଚରେ ଆମେ ୪୯ ରନରେ ପରାଜିତ ହୋଇଥିଲୁ । ମ୍ୟାଚ ପରେ ସୋସିଆଲ ମିଡିଆରେ ମତେ ଏବଂ ମୋ ପତ୍ନୀଙ୍କୁ ହତ୍ୟା ଧମକ ଦିଆଯାଉଥିଲା । ଏଭଳି ଅନେକ ମୋତେ ଗାଳିକୁଲଜ କରିଥିଳେ । ଏହା ମୋତେ ମର୍ମାହତ କରିଥିଲା । ଖେଳାଳିମାନଙ୍କ କ୍ୟାରିୟର ମଧ୍ୟରେ ଏଭଳି ଘଟଣା ନୂଆ କଥା ନୁର୍ହେ । ସୂଚନା ଯୋଗ୍ୟ ୨୦୧୧ ବିଶ୍ୱକପ କ୍ୱାର୍ଟରରେ ନୁ୍ୟଜିଲାଣ୍ଡ ପ୍ରଥମେ ବ୍ୟାଟିଂ ୮/୨୨୧ ରନ କରିଥିଲେ । ଜବାବରେ ଦକ୍ଷିଣ ଆଫି୍ରକା ୪୩.୨ ଓଭରରେ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା । ଡୁ’ପ୍ଲେସି ୩୬ ରନ କରିଥିଲେ ।
