ଜାତୀୟ ସଦଭାବନା ଦିବସ ପାଳନ କଲା କଟକ ଜିଲ୍ଲା କଂଗ୍ରେସ

ଜାତୀୟ ସଦଭାବନା ଦିବସ ପାଳନ କଲା କଟକ ଜିଲ୍ଲା କଂଗ୍ରେସ

ରାଜ୍ୟ

କଟକ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ଓ ଜାତୀୟ ସଦଭାବନା ଦିବସ, କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା | ଜିଲ୍ଲା କାର୍ଯ୍ୟାଳୟରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପଟ୍ଟଚିତ୍ରରେ ପୁଷ୍ପ ଅର୍ପଣ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା , ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃଗଣ ମାନେ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ | ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସର ସଭାପତି ତାଙ୍କ ସ୍ୱତନ୍ତ୍ର ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ନୀତି , ଆଦର୍ଶ ଏବଂ ତାଙ୍କ ଚିନ୍ତାଧାରା ଯୁଗଯୁଗ ଧରି ଭାରତ ବାସୀଙ୍କ ହୃଦୟରେ ଜୀବିତ ରହିବ ବୋଲି ଜଣାଇଛନ୍ତି | ଆଜି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ଜାତୀୟ ସଦ୍ଭାବନା ଦିବସରେ (କୋଭିଡ-୧୯) ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଅସହାୟ ଲୋକମାନଙ୍କୁ ମାସ୍କ ଓ ରନ୍ଧାଖାଦ୍ୟ ବଣ୍ଟନ କରାଯଇଅଥିଲା, କଟକ ଶିଶୁଭବନ , କୃଷକ ମାର୍କେଟ, ଲିଙ୍କରୋଡ, ଖାନନଗର,ଖଡବିନ୍ଧସାହି, ଚୌଦ୍ୱାର ଛାତ୍ର କଂଗ୍ରେସ, କଟକ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦନ ଓ ସୁଚାରୁରୂପେ ପରିଚାଳନା କରାଯାଇଥିଲା | ଏହି କର୍ଯ୍ୟରେ କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ପ୍ରିୟଜିତ ରାୟ , ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ବିପ୍ଳବ ଶିଳାଦିତ୍ୟ , ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି , ସଚ୍ଚିଦାନନ୍ଦ ରାଉତରାୟ , ବିରେନ ପଶାୟତ , ରାଜଶିଖନ ସ୍ୱାଇଁ, ଶତାବ୍ଦୀ ସାହୁ, ସତୀଶ ଶେଖର, ଆଶିଷ ରାଉତ, ସଦାଶିବ ବାରିକ,ସାଗର ନାୟକ, ସିଦ୍ଧାନ୍ତ ମହାପାତ୍ର,ନରେଶ ବେହେରା,ସେଖ ଅନିସ କୁରେଷି, ସିଦ୍ଧାନ୍ତ ମହାପାତ୍ର, ଅଭିଜିତ ଭଗତ, ସତ୍ୟଜିତ ସେଠୀ, ନିରଞ୍ଜନ ସାହୁ, ବିବେକାନନ୍ଦ ଦଳେଇ, ସନ୍ତୋଷ ରାଉତ, ରୁକାନ୍ତ ପଶାୟତ, ଦୀପକ ବିଶୋଇ, ଆଶୁତୋଷ ରାଉତ୍, ମୋତିରଞ୍ଜନ ବାରିକ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ