ଗର୍ଭବତୀ ପରେ ମହିଳାଙ୍କ ଓଜନ ବଢ଼ିଯାଉଛି କି? କରନ୍ତୁ ଏଭଳି କାମ

ଗର୍ଭବତୀ ପରେ ମହିଳାଙ୍କ ଓଜନ ବଢ଼ିଯାଉଛି କି? କରନ୍ତୁ ଏଭଳି କାମ

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଗର୍ଭବତୀ ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ସେ ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଓଜନ କମାଇବାକୁ ହେଲେ କେଉଁ ପ୍ରକାର ବ୍ୟାୟମ କରିବାକୁ ପଡ଼ିବ। ଓଜନ କମାଇବା ପାଇଁ ହେଲେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ। ଏହା କରିବା ନିହାତି ଜରୁରୀ। ଚାଳିବା ଦ୍ବାରା ଆପଣଙ୍କ ଓଜନ ଖୁବ୍ ଶୀଘ୍ର କମ ହୋଇଯିବ। ସ୍ତନପାନ କରାଇବା ଅର୍ଥାତ୍ ଛୁଆକୁ ମାର କ୍ଷୀର ପିଆଇବା ଦ୍ବାରା ଶରୀର ୩୦୦ରୁ ୫୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଆମେରିକାନ୍ ଜର୍ନଲ ଗବେଷଣା କରିବା ପରେ ଜଣାପଡ଼ିଛି କି ସ୍ତନପାନ କରାଉଥିବା ମହିଳାମାନଙ୍କୁ ଓଜନ କମାଇବାରେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ। ଗର୍ଭବତୀ ପରେ ଓଜନ କମାଇବା ପାଇଁ ଯୋଗ ସବୁଠୁ ଭଲ ଉପାୟ। ଏହା କରିବା ପୂର୍ବରୁ କୈାଣସି ଯୋଗ ଗୁରୁ ଠାରୁ ପ୍ରଶିକ୍ଷଣ ଦେବା ଜରୁରୀ। ଓଜନ କମାଇବା ପାଇଁ ଚାହୁଁଥିଲେ ପାଣି ଅଧିକ ପିଅନ୍ତୁ। ପ୍ରତିଦିନ ୧୦ରୁ ୧୨ ଗିଲାସ ପାରି ପିଇବା ଜରୁରୀ। ଏହା ଦ୍ବାରା ଶରୀରର ଓଜନ କମ୍ ହୋଇଥାଏ। ଯଦି ନିଦ ହେଉନଥିବ ତେବେ ଭରପୁର ମାତ୍ରରେ ପନିପରିବା ଖାଆନ୍ତୁ। ସ୍ବାସ୍ଥୃ ପାଇଁ ଏହା ହିତକର।