ବିବାହ ପରେ ଏମିତି ଅନେକ ଜିନିଷ ଆସେ ଯାହା ବ୍ୟକ୍ତିର ଜୀବନକୁ ପରିବର୍ତ୍ତନ କରାଇଦିଏ। ଏମିତି ବି କୁହାଯାଏ ବିବାହ ପରେ ଜୀବନର ଏକ ନୂଆ ପର୍ୟ୍ୟାୟ ଆରମ୍ଭ ହୁଏ। ମାତ୍ର କେଉଁଠି ଦୁଃଖ ଥାଏ ତ କେଉଁଠି ସୁଖ। କିନ୍ତୁ ବେଳେବେଳେ ଅଜାଣତରେ ହେଉ ପଛେ ଏମିତିକି ଏକ ଭୁଲ ହୋଇଯାଏ ଯେ ଯାହାଦ୍ବାରା ଦମ୍ପତିଙ୍କ ଜୀବନ କଷ୍ଟମୟ ହୋଇପଡ଼େ। ଯେମିତିକି ଝିଅ ବାହାଘରରେ ବାପା ମା ନିଜ ସାମର୍ଥ ଅନୁସାରେ ଝିଅକୁ କିଛି କିଛି ନା ଉପହାର ଦେଇଥାନ୍ତି। ତାହା ଟଙ୍କା ହେଉ କି ସୁନା ରୁପା କିମ୍ବା ଘରର ସମସ୍ତ ଆସବାବପତ୍ର ହେଉ। ଏସବୁ ଭିତରେ ଏହି କଥା ଜାଣି ରଖିବା ଉଚିତ୍ କି ଝିଅ ବିଦା ସମୟରେ ଝିଅକୁ କେଉଁ ଜିନିଷ ଦେବା ଉଚିତ୍ ଓ କେଉଁ ଜିନିଷ ଦେବା ଅନୁଚିତ୍। ଭଗବାନ ମୂର୍ତ୍ତ: ଝିଅ ବିଦା ସମୟରେ ଲୋକେମାନେ ସେମାନଙ୍କ ହାତରେ ଭଗବାନଙ୍କ ମୂର୍ତ୍ତି ଉପହାର ସ୍ବରୂପ ସାଙ୍ଗରେ ଦେଇଥାନ୍ତି। ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଝିଅ ବିଦା ସମୟରେ ଗଣେଶ ମୂର୍ତ୍ତି ଦେବା ଉଚିତ୍ ନୁହେଁ।ଶାସ୍ତ୍ର ଅନୁଯାୟୀ, ଝିଅମାନଙ୍କୁ ଲକ୍ଷ୍ମୀ ମା’ଙ୍କ ଆକ୍ଷା ଦିଆ ଯାଇଥାଏ । ଭଗବାନ ଗଣେଶ ଏବଂ ଲକ୍ଷ୍ମୀ ଏକା ସାଥୀରେ ଧନ ଏବଂ ସୌଭାଗ୍ୟର ସଂକେତ ଅଟନ୍ତି। ତେଣୁ ଗୃହରୁ ଲକ୍ଷ୍ମୀ ଛାଡି ପଳାଇବେ । ଏହା ଦ୍ବାରା ସୁଖ ସମୃଦ୍ଧିରେ ବାଧା ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣେଶ ମୂର୍ତ୍ତି ହାତରେ ଦେଲେ ବାପା ଘରେ ଧନ ହାନି ସମସ୍ୟା ଦେଖାଯାଏ। ଯେଉଁ କାରଣରୁ ବାପା ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଏହି କାରଣରୁ ଝିଅ ବିଦା ସମୟରେ ସେମାନଙ୍କ ହାତରେ ମୂର୍ତ୍ତି ଉପହାର ସ୍ବରୂପ ଦିଆଯାଏ ନାହିଁ।
