ଆଇଡି ବିସ୍ପୋରଣ, ୧୧ ଯବାନ ଆହାତ

ଆଇଡି ବିସ୍ପୋରଣ, ୧୧ ଯବାନ ଆହାତ

ଜାତୀୟ ଖବର

ରାଞ୍ଚି: ଝାଡ଼ଖଣ୍ଡର ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ପ୍ରାୟ ୫ଟାରେ ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଭୋର ପ୍ରାୟ ୫ଟାରେ ସିଆରପିଏଫ, କୋବ୍ରା ଏବଂ ରାଜ୍ୟ ପୁଲିସ ପକ୍ଷରୁ କୁଚାଇ ଜଙ୍ଗଲରେ ମିଳିତ ଅପରେଶନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୮ଜଣ କୋବ୍ରା ଯବାନ ଏବଂ ୩ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ଅଣାଯାଇ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।