ଭୁବନେଶ୍ୱର: ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ସନେ୍ଦହ ବଢିଲା । ପ୍ରି-ବିଡରେ ସାମିଲ ହେଲେନାହିଁ ସେରମ ଓ ଭାରରତ ବାୟୋଟେକ୍ । ଓଡିଶାର ଦାବି ମୁତାବକ ଟିକା ଯୋଗାଇ ପାରୁନାହାନ୍ତି ଦୁଇ କମ୍ପାନୀ । ଅନ୍ୟ ରାଜ୍ୟର ଗ୍ଲୋବାଲ ଟେଣ୍ଡରରେ ବିଦେଶୀ କମ୍ପାନୀ ଭାଗ ନେଉନାହାନ୍ତି । ତେଣୁ ଓଡିଶାକୁ ବିଦେଶୀ କମ୍ପାନୀ ଟିକା ଯୋଗାଣ କରିବା ନେଇ ସନେ୍ଦହ ଯାତ ହେଲାଣୀ । କେନ୍ଦ୍ର ସରକାରଙ୍କ ସହ ଡିଲ କରିବାକୁ ଚାହୁଁଛନ୍ତି ମଡର୍ଣ୍ଣା ଓ ଫାଇଜର । ବିଦେଶୀ କମ୍ପାନୀ ସହ ଡିଲ କରି ଟିକା ଯୋଗାଇବାକୁ ଓଡିଶା ଅନୁରୋଧ କରିଛି । ଟିକା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଟିକାକରଣ ନିୟମ କୋହଳ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା । କେନ୍ଦ୍ର ସ୍ୱାସ୍ଥୃ ମନ୍ତ୍ରୀ ଡକ୍ଟର ହର୍ଷବଦ୍ଧନଙ୍କୁ ଚିଠି ଲେଖଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
