ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨ ହଜାର ୭୯୫ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ସାମାନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଭାରତରେ ଦେଖାଯାଉଥିବା କୋଭିଡ ଭାରିଏଂଟର ନାମକରଣ କରାଯାଇଛି । କୋଭିଡ୍ ଭାରିଏଂଟର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ । କୋଭିଡ ଭାରିଏଂଟର ନାମ ଡେଲଟା ରଖିଲା ହୁ । ପୂର୍ବରୁ ଇଂଲଣ୍ଡ କରୋନା ଷ୍ଟ୍ରେନର ନାଁ କାପା ରଖାଯାଇଛି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ବିଟା ଓ ବ୍ରାଜିଲ ଷ୍ଟ୍ରେନର ନାଁ ଗାମା ରଖାଯାଇଛି ।
