ଭୁବନେଶ୍ୱର: ଫୁଟବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ୬୫ ବର୍ଷ ବୟସରେ ଆଖିବୁଜିଲେ ନନ୍ଦକିଶୋର । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ୧୯୫୬ ମାର୍ଚ୍ଚ ୧୬ରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦକିଶୋର ପଟ୍ଟନାୟକ । ୧୯୯୨-୯୩ରେ ଫୁଟବଲ କୋଚିଂ ଦେବା ଆରମ୍ଭ କରିଥିଲେ । ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ ନନ୍ଦକିଶୋର । ଅନେକ ଥର ରାଜ୍ୟ ମହିଳା ଫୁଟବଲ ଟିମର କୋଚ୍ ଦାୟିତ୍ୱରେ ଥିଲେ । ବିଜୁ ପଟ୍ଟନାୟକ ଖେଳରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।
