ବଲିଉଡ ଓ ହଲିଉଡ ସିନେତାରକାଙ୍କ ପ୍ରମୁଖ ଖାଦ୍ୟ ପାଲଟିଛି ଓଟସ । ବଜାରରେ ମଧ୍ୟ ବିଭିନ୍ନ ସୁଆଦର ଓଟସ ଉପଲବ୍ଧ ହେଉଥିବା ବେଳେ ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରୋଲ୍ଡ ଓଟସ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଏକ ପ୍ରକୃଷ୍ଟ ଖାଦ୍ୟ । ଜଣେ ବ୍ୟକ୍ତି ସକାଳ ଜଳଖିଆ ହେଉ କିମ୍ବା ଦ୍ୱିପହର ଭୋଜନ ଅବା ରାତ୍ରିବେଳା ଯେ କୌଣସି ସମୟରେ ଓଟସ ଖାଇପାରିବେ । ଓଟସକୁ ଖିରରେ ଅବା ଦହିରେ ମିଶାଇ ନଚେତ ଓଟସ ଖେଚୁଡି କରି ମଧ୍ୟ ଖାଇହେବ । ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଭରପୁର ଏହି ଓଟସ୍ ଯୁବ ପିଢ଼ି ଓ ବୟସ୍କ ବର୍ଗ ଉଭୟ ଖାଇପାରିବେ । ସକାଳ ବେଳା ଜଳଖିଆରେ ଏହା ଖାଇଲେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । କୋଲେଷ୍ଟରଲ କମ୍ ଥିବା ଏଇ ଖାଦ୍ୟ ମେଦବହୁଳ ରୋଗୀଙ୍କ ନିମନ୍ତେ ଖୁବ୍ ଭଲ । ବିଶେଷଜ୍ଞଙ୍କ ପରାମର୍ଶରେ ଗର୍ଭବତୀମାନେ ଓଟସ୍ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
