ପିଠି ଶରୀରର ଏକ ପ୍ରମୁଖ ଅଙ୍ଗ । ବହୁ ଭାରୀ କାମ କରିବାରେ ଏହାର ଉପଯୋଗିତା ରହିଛି । ଦିନଯାକରେ କାମ ଶେଷ ହେବା ପରେ ପିଠି ଖୁବ ହାଲିଆ ହୋଇଯାଏ । ଏପରି ସ୍ଥିତିରେ କେତେକ ଯୋଗ କ୍ରିୟା ପିଠିକୁ ଆରାମ ଦେବାସହ ସୁଦୃଢ କରେ । ଏକ ଷ୍ଟାବିଲିଟି ବଲକୁ ନେଇ କରାଯାଉଥିବା ଏହି ବ୍ୟାୟାମ ଉଭୟ ପିଠି ଏବଂ ତଳିପେଟ ପାଇଁ ଉପକାରୀ । ପ୍ରକ୍ରିୟା: - ନିଜକୁ ଆରାମ ଲାଗିଲା ଭଳି ଏକ ଷ୍ଟାବିଲିଟି ବଲ ଆଣନ୍ତୁ । - ତଳେ ଏକ ମ୍ୟାଟ ବିଛାଇ ପେଟାମାଡି ଶୋଇଯିବେ । ହାତ ଭରା ଦେବା ଲାଗି ମୁଣ୍ଡ ପାଖରେ ଏକ ପତଳା ତକିଆ କିମ୍ବା ଚାଦର ଭାଙ୍ଗି ରଖନ୍ତୁ । - ଷ୍ଟାବିଲିଟି ବଲ ଆଣ୍ଡୁ ପାଖକୁ ଆଣି ଗୋଡ ଦୁଇଟି ସଳଖ ଭାବେ ତା ଉପରେ ରଖିବେ । - କହୁଣିରୁ ହାତ ପାପୁଲି ଯିଏ ଚାଦର ଉପରେ ଲମ୍ବ ଭାବେ ରଖିବା ସହ ପେଟରୁ ମୁଣ୍ଡ ଉଠାଇ ରଖିବେ । କହୁଣିକୁ ଭରାଦେଇ ରହିବା ପରି ସ୍ଥିତି ହେବ । - ଧୀରେ ଧୀରେ ଶ୍ୱାସ ଗ୍ରହଣ କରିବା ସହିତ ନିଶ୍ୱାସ ଛାଡିବା ବେଳେ ତଳିପେଟ ସଙ୍କୁଚିତ କରି ନିତମ୍ବ ଉପରକୁ ଉଠାଇବେ ଏବଂ ଗୋଠ ଟାଣ କରି ରଖିବେ । - ପାଦରେ ବଲକୁ ଚାପିଧରି ୫ ମିନିଟ ଧୀରେ ଶ୍ୱାସକ୍ରିୟା ସହ ଏପରି ଅବସ୍ଥାରେ ରହିବେ । ଏହି ସମୟରେ ଆଣ୍ଠୁକୁ ସ୍ଥିର ରଖିବା ସହ ବଲକୁ ପାଦରେ ଧରି ଧୀରେଧୀରେ ଗଡାଇବା ଜରୁରୀ । - ଏହାପରେ ଗୋଡ ଲମ୍ବାଇ ବଲକୁ ଗଡାଇଦେବେ । - କିଛି ସମୟ ପରେ ଏହାର ପୁନରାବୃତି କରନ୍ତୁ । ଅନ୍ତତଃ ଚାରିଥର ୫ମିନିଟ ଲେଖାଏଁ କୋଡିଏ ମିନିଟ ଏହି ବ୍ୟାୟାମ ଅଭ୍ୟାସ କରିପାରିବେ ।
