ଜୟପୁର : ପାରାବେଢାର ସପିଂ ମଲ୍ ସାମ୍ନା ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁ ପୁତ୍ରକୁ କେହି ମାରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଅଳିଆ ଗଦାରେ ଶିଶୁର ମୃତଦେହ ପଡିଥିବା ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।
