ଛିଙ୍କ ବି ଏକ ପ୍ରାକୃତିକ ପ୍ରକ୍ରିୟା। ଛିଙ୍କ ମଧ୍ୟ ସୁସ୍ଥ ଶରୀର ପାଇଁ ଜରୁରୀ।
ଅଧ୍ୟୟନରୁ ଜଣାଯାଇଛି ଯେ, ଯେତେବେଳେ ଆମ ନାକ ଭିତରେ କିଛି ପଶିଯାଏ ସେତେବେଳେ ଛିଙ୍କ ମାଡ଼େ। କୌଣସି ବାହାର ଜିନିଷ ନାକ ଭିତରେ ପଶିଗଲେ, ତାହା ତତ୍କ୍ଷଣାତ୍ ଶରୀରରେ ପ୍ରବେଶ କରିପାରି ନ ଥାଏ। ତାହା ନାକ ଭିତରେ ଅଟକି ଯାଇଥାଏ। ପରିମାଣସ୍ୱରୂପ ଛିଙ୍କ ଆସିଥାଏ।
ଛିଙ୍କ ଆସିବା ମାତ୍ରେ ଆମ ନାକରେ ଥିବା କଣାରୁ ତୀବ୍ର ଗତିରେ ପବନ ବାହାରିଥାଏ। ଯଦି ଏହି ଛିଙ୍କକୁ ରୋକିବା ପାଇଁ ପବନକୁ ଅଟକାଇବାର ପ୍ରଚେଷ୍ଟା କରାଯାଏ, ତେବେ ଏହାର କୁପ୍ରଭାବ ଅନ୍ୟ ଅଙ୍ଗଗୁଡିକ ଉପରେ ପଡ଼ିଥାଏ।
ଯଦି ଆମେ ଛିଙ୍କକୁ ରୋକିବାକୁ ଚେଷ୍ଟା କରୁ , ତେବେ ସେହି ପବନ କାନକୁ ଚାଲି ଆସେ। ଏହା ଫଳରେ ଆମର କାନ ପରଦା ଫାଟିବାର ଆଶଙ୍କା ରହିଛି।
ଖାଲିସେତିକି ନୁହେଁ, ଛିଙ୍କ ରୋକିବାର ପ୍ରୟାସ କରିଲେ, ତାହାର କୁପ୍ରଭାବ ଆମ ଆଖି ଉପରେ ପଡ଼ିଥାଏ। ଏହାଫଳରେ ଆଖିର ରକ୍ତବାହିକାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଖାଲି ସେତିକି ନୁହେଁ, ଛିଙ୍କ ରୋକିଲେ ଆମର ବେକ ବି ମୋଡ଼ିି ହୋଇପାରେ। ବେଳେବେଳେ ଛିଙ୍କ ରୋକିବାକୁ ଗଲେ, ହୃଦ୍ଘାତ ହେବାର ଆଶଙ୍କା ବି ରହିଥାଏ।
Powered by Froala Editor
