ଭୁବନେଶ୍ୱର : ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦୁଇଜଣ ଓଡ଼ିଆ ବିରେନ୍ଦ୍ର ଓ ଅମିତ ସ୍ଥାନ ପାଇଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଭାରତୀୟ ହକି ଦଳ ଭଲ ସ୍ଥିତିରେ ରହିଥିଲେ ମଧ୍ୟ କୋଭିଡ୍ କାରଣରୁ ଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ପାଇନାହିଁ । ଇଣ୍ଟରନ୍ୟାସନାଲ ହକି ଫେଡେରେସନ (ଏଫଆଇଏଚ) ପ୍ରୋ ଲିଗରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିବା ଦଳ ଭଲ ଫର୍ମରେ ରହିଛି । ତେଣୁ ଦଳ ନିଶ୍ଚିତ ପଦକ ହାସଲ କରିବ ବୋଲି ଆଶା ଉଜ୍ଜୀବିତ ରହିଛି ।
ଭାରତୀୟ ହକି ଦଳ: ପିଆର ଶ୍ରୀଜେସ, ହରମନପ୍ରୀତ ସିଂ, ରୁପିନ୍ଦର ପଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନ୍ଦିପ ସିଂ ।
Powered by Froala Editor
