ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ସମସ୍ତ ବସ୍ତୁର ଦୈନିକ ଜୀବନ ଉପରେ ସିଧାସଳଖ ପ୍ରଭାବ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ବହୁ ବସ୍ତୁ ଭୁଲ ସ୍ଥାନରେ ରଖାଯାଇଥିଲେ ନକାରତ୍ମକ ସ୍ଥିତିର ସାମନା କରିବାକୁ ପଡିଥାଏ। ସେଭଳି ସଠିକ୍ ଦିଗରେ ସୁବ୍ୟବସ୍ଥିତ ବସ୍ତୁ ଦ୍ବାରା ସକାରତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ବ ସହିତ ଜଡିତ ଜିନିଷକୁ ଧ୍ୟାନରେ ରଖିବା ଦ୍ବାରା ଧନର ଆଗମନ ହୋଇଥାଏ ଓ ସରକାରତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଘରେ ସକାରତ୍ମକ ଶକ୍ତିକୁ ବଢାଇବା ପାଇଁ ଅଧିକାଂଶ ଲୋକ ଆକ୍ବାରିୟମ୍ ରଖିଥାନ୍ତି। କୁହାଯାଏ ଯେ, ଆକ୍ବାରିୟମର ମାଛ ଘର ନକାରତ୍ମକ ଶକ୍ତିକୁ ଦୂର କରିଥାଏ।
ଅଧିକାଂଶ ଲୋକ ଘରେ ଆକ୍ବାରିୟମ ରଖିଥାନ୍ତି, କିନ୍ତୁ କେଉଁ ଦିଗରେ ଓ କିଭଳି ରଖିବେ ତାହାର ସୂଚନା ନଥାଏ। ଯେଉଁ କାରଣରୁ ଲାଭ ପାଇପାରିନଥାନ୍ତି। ଆସନ୍ତୁ ଜାଣିବା ଘରର କେଉଁଠି ବାସ୍ତୁ ଅନୁସାରେ ଆକ୍ବାରିୟମ ରଖିବା ଉଚିତ
-ଆକ୍ବାରିୟମକୁ ଉତ୍ତର ପୂର୍ବ ଭାଗରେ ରଖିବା ଶୁଭ ବୋଲି ମନେକରାଯାଏ।
-ଆକ୍ବାରିୟମ୍ର ପାଣି ସମୟ-ସମୟରେ ପରିବର୍ତ୍ତନ କରିବା ଦରକାର। ଏହାଦ୍ବାରା ଘରେ ସକାରତ୍ମକ ଶକ୍ତି ବଢିଥାଏ।
-ବାସ୍ତୁ ଅନୁସାରେ ଧ୍ୟାନ ରଖିବା ଦରକାର ଯେ, ଆକ୍ବାରିୟମ୍ ଜଳ ସ୍ଥିର ରହିବା ଉଚିତ୍ ନୁହେଁ। ନଚେତ ଆର୍ଥିକ ଉନ୍ନତି ଉପରେ ପ୍ରଭାବ ପଡିଥାଏ।
-ଘରେ ଆକ୍ବାରିୟମରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ମାଛ ରହିବା ଦରକାର। ଆକ୍ବାରିୟମରେ ୯ଟି ମାଛ ରହିବା ଶୁଭ ବୋଲି କୁହାଯାଏ।
-ଦାମ୍ପତ୍ତ୍ୟ ଜୀବନରେ ପାରସ୍ପାରିକ୍ ପ୍ରେମ ବଜାୟ ରଖିବା ପାଇଁ ମୁଖ୍ୟ ଦ୍ବାରର ବାମ ପଟେ ଆକ୍ବାରିୟମ ରଖିବା ଦରକାର।
– ଘରର ରୋଷେଇ ଘରେ ଆକ୍ବାରିୟମ୍ ରଖିବା ଉଚିତ୍ ନୁହେଁ। ବାସ୍ତୁ ଅନୁସାରେ, ରୋଷେଇ ଘରେ ଆକ୍ବାରିୟମ୍ ରଖିବା ଦ୍ବାରା କଳହ ବଢିଥାଏ।
Powered by Froala Editor
