ରାତିରେ ତରଭୂଜ ଖାଉଛନ୍ତି କି ?

ରାତିରେ ତରଭୂଜ ଖାଉଛନ୍ତି କି ?

ବିଶେଷ ଖବର

ଖରାଦିନରେ ଅଧିକ ମିଳୁଥିବା ଫଳ ହେଉଛି ତରଭୂଜ। ଏଥିରେ ଅଧିକ ମାତ୍ରାରେ ପାଣି ଥିବାରୁ ଖରାଦିନେ ତରଭୂଜ ଖାଇଲେ ଶରୀର ହାଇଡ୍ରେଟ୍‌ ହୋଇଥାଏ। ଏହା ସହିତ ଏଥିରେ ଥିବା ପୋଷକ ତତ୍ତ୍ୱ ହାର୍ଟ ଓ କିଡ୍‌ନୀକୁ ସୁସ୍ଥ ରଖି ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ। ତେବେ ତରଭୂଜରେ ପ୍ରାକୃତିକ ଭାବରେ ଚିନିର ପରିମାଣ ଅଧିକ ଥିବାରୁ ଏହାକୁ ଖାଇଲେ ଶରୀରର ଓଜନ ବୃଦ୍ଧି ହୋଇଥାଏ। ତେଣୁ ରାତିରେ ତରଭୂଜ ନ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି। ଆସନ୍ତୁ ଜାଣିବା ତରଭୂଜ କେଉଁ ସମୟରେ ଖାଇବା ଉଚିତ୍‌ ଏବଂ ରାତିରେ ଏହାକୁ ଖାଇଲେ କ’ଣସବୁ ଅସୁବିଧା ହୋଇଥାଏ।

୧. ରାତିରେ ତରଭୂଜ ଖାଇଲେ ହଜମ କ୍ରିୟାରେ ଅସୁବିଧା ଦେଖା ଦେବା ସହିତ ପାକସ୍ଥଳୀ ଜଳାପୋଡ଼ା ହୋଇଥାଏ। ଏହାର କାରଣ ରାତିରେ ଆମର ପାଚନ କ୍ରିୟା ଦିନ ତୁଳନାରେ ମନ୍ଥର ଥାଏ। ତେଣୁ ଆପଣଙ୍କ ପେଟ ଖରାପ ହେବାର ଆଶଙ୍କା ରହିଥାଏ।
୨. ରାତିରେ ତରଭୂଜ ଖାଇଲେ ଓଭର ହାଇଡ୍ରେସନ ହୋଇପାରେ। ଏଥିରେ ପାଣିର ପରିମାଣ ଅଧିକ ଥିବାରୁ ଆପଣଙ୍କୁ ବାରମ୍ୱାର ପରିସ୍ରା ମଧ୍ୟ ଲାଗିଥାଏ। ଏପରି ସ୍ଥିତିରେ ଶରୀରରେ ପାଣିର ମାତ୍ରା ବଢ଼ିଥାଏ। ତେଣୁ ପାଦ ଫୁଲିବା, ଦୁର୍ବଳ ଲାଗିବା ଓ ଶରୀରରେ ସୋଡିୟମର ଅଭାବ ହେବାର ଆଶଙ୍କା ରହିଛି।

୩. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ରାତିରେ ଚିନି ଓ ଅମ୍ଳୀୟ ଜିନିଷ ଖାଇବା ଦ୍ୱାରା ଓଜନ ମଧ୍ୟ ବଢ଼ିଥାଏ।

Powered by Froala Editor