ଆବଶ୍ୟକ ସାମଗ୍ରୀ: ଗହମ ବଟା, ଚିନି, କ୍ଷୀର, ଗୁଜୁରାତି, କାଜୁ, ଗୁଆ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ତା’ପରେ ଗହମ ବଟା ପକାଇ ଆଉଥରେ ଭଲକରି ଫୁଟାନ୍ତୁ। ଏହି ମିଶ୍ରଣ ଯେପରି ତଳେ ନ ଲାଗିବା ସେଥିପାଇଁ ବାରମ୍ବାର ଘାଣ୍ଟନ୍ତୁ। ପ୍ରାୟ ୨୦ ମିନିଟ ପର୍ୟ୍ୟନ୍ତ ଫୁଟିଗଲା ପରେ ସେଥିରେ ଚିନି, ଗୁଜୁରାତି ଓ କାଜୁ ପକାଇ ଗୋଳାନ୍ତୁ। ବର୍ତ୍ତମାନ ଏକ ଥାଳିରେ ଗୁଆଘିଅ ମାରି ରଖନ୍ତୁ। ଏବେ ଏଥିରେ କଡ଼େଇରେ ଫୁଟୁଥିବା ମିଶ୍ରଣକୁ ଢାଳିଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଏହାକୁ ପନ୍ଦର କୋଡିଏ ମିନିଟ୍ ଫ୍ରିଜରେ ରଖି ଦିଅନ୍ତୁ। ଏହା ପରେ ମନପସନ୍ଦର ଆକାରରେ କାଟି ପରଷି ଦିଅନ୍ତୁ ସୁଆଦିଆ ‘ଗହମ ବର୍ଫି’।
Powered by Froala Editor
