ନୂଆଦିଲ୍ଲୀ/ଭୁବନେଶ୍ୱର, – କୋଭିଡ୍ ରୋଗୀମାନେ ଯେଭଳି ଖୁବ କମ୍ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଯାହାଁ ବିମାର, ୱହି ଉପଚାର” ଅର୍ଥାତ୍ଯେ ଉଁଠି ସମସ୍ୟା ସେଇଠି ଚିକିତ୍ସା ଉପଲବ୍ଧ କରିବା ପାଇଁ ଆହ୍ୱାନ କରିଥିବା ବେଳେ ଆଜି ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲାରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଂଟରର ଲୋକାର୍ପଣ ସେ ଦିଗରେ ବଡ଼ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ, କେନ୍ଦ୍ର ଇସ୍ପାତ୍ରା ଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ଉପସ୍ଥିତିରେ ଏହି କୋଭିଡ୍ କେୟାର ସେଂଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଇସ୍ପାତ୍ ରଷ୍ଟ୍ରାୟତ ଉଦ୍ୟୋଗର ମୋଏଲ ସହଯୋଗରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଏହି କୋଭିଡ କେୟାର ହସ୍ପିଟାଲର ଲୋକାର୍ପଣ କରାଯାଇଛି । ଏଠାରେ ପାଇପ ଯୋଗେ ଅକ୍ସିଜେନ୍ ଯୋଗାଣ କରାଯିବ ଏବଂ ଅଂଚଳରେ କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ସହ ତୃତୀୟ ଲହରକୁ ମୁକାବିଲା କରିବାରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍-୧୯ର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଭିତିଭୂମି ସମେତ ଟିକାକରଣକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । କୋଭିଡ୍-୧୯ ସଂକଟ ସମୟରେ ସ୍ୟାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ଯାଇ ମଧ୍ୟପ୍ରଦେଶ ସରକାର କ୍ରାଇସିସ୍ ମ୍ୟାନେଜମେଂଟ୍ ଗଠନ କରି ଦେଶ ପାଇଁ ଏକ ମଡେ଼ଲ ତିଆରି କରିଛନ୍ତି । ଏହି ମ୍ୟାନେଜମେଂଟ୍ ଗଠନ କରାଯାଇ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରାଥମିକତା ଦିଆଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଆଗାମୀ ଦିନରେ ସମ୍ଭାବ୍ୟ ଲହରକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଅସ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ୨୧ ଜୁନରୁ ସମସ୍ତଙ୍କୁ ମାଗଣା ଟିକାର ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ନିମନ୍ତେ ସହଯୋଗ କରୁଥିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
Powered by Froala Editor
