ଏହିସବୁ ଜିନିଷ ସହ ଖାଆନ୍ତୁ ନାହିଁ ଦହି, କାହିଁକି ଜାଣନ୍ତୁ ?

ଏହିସବୁ ଜିନିଷ ସହ ଖାଆନ୍ତୁ ନାହିଁ ଦହି, କାହିଁକି ଜାଣନ୍ତୁ ?

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଆୟୂର୍ବେଦରେ ଦହିକୁ ଅମୃତ ମନାଯାଏ । ବିଜ୍ଞାନ ଅନୁଯାୟୀ ଦହିରେ କ୍ୟାଲ୍ସିୟମ, ଭିଟାମିନ୍ ବି-୨ଓ୧୨, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭରପୂର ଥାଏ । କିନ୍ତୁ ଯଦି ଆପଣ ଏହାକୁ ସଠିକ ଭାବେ ନ ଖାଆନ୍ତି ପରେ ଅସୁବିଧାରେ ପଡିପାରନ୍ତି । ଭୁଲ ଭାବରେ ଏହା ଖାଇବା ଦ୍ୱାରା ଫୁଡ ପଏଜନ ହୋଇଯାଇଥାଏ । -ଦହି ସହ ପିଆଜ: ପ୍ରାୟତଃ ଲୋକମାନେ ଗ୍ରୀଷ୍ମ ଋତୁରେ ଦହି ରାଇତା ଖାଇବାକୁ ପସନ୍ଦ କରିଥାନ୍ତି । ଏହି ରାଇତାରେ ପିଆଜ ଅଧିକ ପରିମାଣରେ ପକାଇଥାନ୍ତି । ତେବେ ଏହି ଅଭ୍ୟସକୁ ପରିବର୍ତ୍ତନ କରିବା ଉଚିତ୍  । କାରଣ ଦହି ଖାଦ୍ୟ ପଦାର୍ଥ ଭାବରେ ଅଧିକ ଥଣ୍ଡା ହୋଇଥିବା ବେଳେ ପିଆଜ ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ । ଏହା ଖାଇବା ଦ୍ୱାରା ଶରୀରରେ ଆଲର୍ଜି ଯେପରିକି ଦାଗ, ଏଗଜିମା ଇତ୍ୟାଦି ହେବାର ସମ୍ଭାବନା ଅଧିକ ଥାଏ । ଏହା ଗ୍ୟାସ, ଏସିଡିଟି, ବାନ୍ତି ଭଳି ସମସ୍ୟା ଆଣିଥାଏ । - ଦହି ସହ ଆମ୍ବ: ଏହା ଗରମ ଓ ଥଣ୍ଡାର ମିଶ୍ରଣ ହୋଇଥିବାରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ସହ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ । - ଦହି ସହ ମାଛ: ଦହି ଓ ମାଛ ଉଭୟ ପ୍ରୋଟିନଯୁକ୍ତ । ଏକା ସାଙ୍ଗରେ ଦୁଇଟି ପ୍ରୋଟିନଯୁକ୍ତ  ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । ଯଦି ଆପଣ ଏହା ଖାଆନ୍ତି ଅନେକ ପ୍ରକାର ରୋଗର ସମ୍ମୁଖୀନ ହୋଇପାରନ୍ତି । ଏହା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ।  - ଦହି ସହ ମସୁର ଡାଲି: ଦହି ସହ ମସୁର ।ଲି ଖାଇବା ଉଚିତ୍ ନୁହେଁ । ଏହା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ଏହା ଏସିଡିଟି, ପେଟ ଫୁଲିବା ଭଳି ସମସ୍ୟା ଉପୁଜାଇଥାଏ । - କ୍ଷୀର ସହ ଦହି: ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଡାଇରିଆ, ଗ୍ୟାସ ସମସ୍ୟା ଦେଖାଯାଏ । - ଦହି ସହ ଘିଅ ପରଟା: ଏହା ସମସ୍ତଙ୍କ ପ୍ରିୟ ହୋଇଥାଏ । କିନ୍ତୁ ତେଲ ଜିନିଶ ସହ ଦହି ଖାଇଲେ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ । ଓ ଶରୀରକୁ ଅଳସୁଆ ଲାଗିଥାଏ ।  -ଡାକ୍ତରଙ୍କ କହିବା ଅନୁସାରେ ଦହିରେ ମିଠା ମିଶାଇ ଖାଆନ୍ତୁ । ଚିନି, ଗୁଡ ଇତ୍ୟାଦି ମିଶାଇ ଖାଇବା ଉଚିତ୍ । ଲୁଣ ମିଶାଇ ଦହି ଖାଇବା  ଉଚିତ୍ ନୁହେଁ ।

Powered by Froala Editor