୪ ବର୍ଷର ଶିଶୁ ବାପାଙ୍କ ଫୋନରୁ ଏକାସାଙ୍ଗରେ ଅର୍ଡର କଲା ୧୦୦ ଡବା ନୁଡୁଲ୍ସ

୪ ବର୍ଷର ଶିଶୁ ବାପାଙ୍କ ଫୋନରୁ ଏକାସାଙ୍ଗରେ ଅର୍ଡର କଲା ୧୦୦ ଡବା ନୁଡୁଲ୍ସ

ବିଶେଷ ଖବର

ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ସ୍ମାର୍ଟଫୋନ ଦେଖିବାକୁ ଜିଦ କରୁଛନ୍ତି । ଆଉ ଅଭିଭାବକମାନେ ବି ପିଲା ଯଦି କୌଣସି କଥାକୁ ପାଇଁ ଜିଦ ଧରୁଛି ତେବେ ତାଙ୍କୁ ସ୍ମାର୍ଟଫୋନ ଦେଖାଇ ଚୁପ କରାଇ ଦେଉଛନ୍ତି । କିନ୍ତୁ ସମୟସମୟରେ ଛୋଟ ପିଲାଙ୍କୁ ସ୍ମାର୍ଟ ଧରାଇ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି । ଜୁନ୍ ୧୫ ତାରିଖରେ ୪ବର୍ଷର ପିଲା ନିଜ ବାପାଙ୍କ ଫୋନରୁ ଗୋଟିଏ ପ୍ରକାର ଖାଦ୍ୟ ୧୦୦ଥର ଅର୍ଡର କରି ଦେଇଥିବା ଜଣାପଡ଼ିଛି । ଏତେଗୁଡ଼ିଏ ଖାଦ୍ୟ ପ୍ୟାକେଟ ଦେଖି ଶିଶୁର ପିତା ଭାବିଲେ କୌଣସି ଲଟରି ଜିତିଛନ୍ତି । କିନ୍ତୁ ପରେ ନିଜ ଫୋନ ଦେଖିଲା ବେଳକୁ ୧୫ହଜାର ଟଙ୍କାର ଖାଦ୍ୟ ଅର୍ଡର କରାଯାଇଥିବା ଜାଣି ତାଙ୍କ ହୋସ ଉଡି ଯାଇଥିଲା । ଏକାସହିତ ଏତେଗୁଡ଼ିଏ ଖାଦ୍ୟ ପ୍ୟାକେଟ ଘରେ ରଖିଲେ ନଷ୍ଟ ହେବ ବୋଲି ଭାବି ସେ ଆଠଟି ପ୍ୟାକେଟ ରଖି ବାକି ସବୁ ସଫେଇ କର୍ମଚାରୀ ଓ ଅସହାୟ ଭୋକିଲା ଲୋକଙ୍କୁ ଦାନ କରି ଦେଇଥିଲେ । 

ବାପା ଫୋନରୁ ଖାଦ୍ୟ ଅର୍ଡର କରୁଥିବା ବେଳେ କେତେବେଳେ ଶିଶୁର ଆଖିରେ ତାହା ପଡ଼ି ଯାଇଛି । ବାପା କୌଣସି କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ବାପା ଯେମିତି ଅର୍ଡର କରନ୍ତି, ସେ ବି ସେମିତି ନୁଡୁଲ୍ସ ଅର୍ଡର କରିବାକୁ ଚେଷ୍ଟା କରିଥିଲା । ତେବେ ୧ ପ୍ରେସ କରିବା ପରେ ଡାହାଣ ପାର୍ଶ୍ବରେ ଆଉ ଦୁଇଟି ୦ ଟାଇପ କରି ଦେଇଥିଲା ଶିଶୁ । କିଛି ସମୟ ପରେ ଘରେ ଆସି ଡେଲିଭରି ବଏ ୧୦୦ ପ୍ୟାକେଟ ନୁଡୁଲ୍ସ  ନେଇ ପହଞ୍ଚି ଯାଇଥିଲେ ।

Powered by Froala Editor