ମୁମ୍ବାଇ: ହେଲୋ… ହାଏ… ମୁଁ ଆଲିଆ… ଆପଣ ମୋ ସହ ଦେଖା କରିବାକୁ ଚାହୁଛନ୍ତିକି? ତାହାଲେ ମେତେ ମେସେଜ୍ କରିପାରିବେ ଟେଲିଗ୍ରାମରେ… କିନ୍ତୁ ମୁଁ ଯଦି ଭେଟିବି ତାହାଲେ ଇଣ୍ଡଷ୍ଟ୍ରି ବାହାର ଯୁବକଙ୍କୁ ଭେଟିବି । ଏମିତି କହିଲେ ଆଲିଆ । ତେବେ ଆଲିଆ କିଏ ଓ ସେ ଏମିତି କାହିଁକି କହିଲେ? ଏହା କଣ ସତ? ଏହା ହିଁ ସବୁଠି ଚର୍ଚ୍ଚା ।
ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କାଶ୍ୟପ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ ମଧ୍ୟ ସର୍ବଦା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି । କେତେବେଳେ ତାଙ୍କ ଫଟୋ ତ କେତେବେଳେ ତାଙ୍କର ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଆଲିଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହାପୁଣି ଡେଟିଂ ଆପ୍ ପାଇଁ । ଡେଟିଂ ଆପରେ ନିଜର ନକଲି ପ୍ରୋଫାଇଲ ଦେଖିବା ପରେ ଆଲିଆଙ୍କ ହୋସ୍ ଉଡ଼ିଯାଇଥିଲା । ଆଲିଆ ତାଙ୍କର ଏହି ଫେକ୍ ଆଇଡିର ଫଟୋ ଉଠାଇ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି କି ବହୁତ ଲୋକ ମତେ ମେସେଜ୍ କରିଥିଲେ କି ଏକ ଡେଟିଙ୍ଗ ଆପରେ ମୋ ନାଁରେ ଏକ ଫେକ୍ ପ୍ରୋଫାଇଲ ଖୋଲାଯାଇଛି। ଏହା କିନ୍ତୁ ମୋର ନୁହେଁ । ପ୍ଲିଜ୍ ମୋର କଥାକୁ ଶେଆର କରିବା ସହ ଏହି ଫେକ୍ ପ୍ରୋଫାଇଲକୁ ବ୍ଲକ୍ ଓ ରିପୋର୍ଟ କରନ୍ତୁ ବୋଲି ଆଲିଆ ସମସ୍ତଙ୍କୁ ନିବେଦନ କରିଛନ୍ତି । ଆଲିଆ ହେଉଛନ୍ତି ଆନୁରାଗ କାଶ୍ୟପଙ୍କ ପ୍ରଥମ ଧର୍ମପତ୍ନୀ ଆରତୀ ବଜାଜଙ୍କ ଝିଅ । ସେ ଜଣେ ୟ୍ୟୁଟୁବର ଓ ପ୍ରାୟତଃ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କେତେକ କାହାଣୀ ଶେଆର କରନ୍ତି । କିଛି ମାସ ପୂର୍ବରୁ ତାଙ୍କ ବୟଫ୍ରେଣ୍ଡ ସେନ୍ ଗ୍ରୋଗେଇରଙ୍କ ସହ ଏକ ଡେଟିଙ୍ଗ ଆପରେ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ କାହାଣୀ ।
Powered by Froala Editor
