ଭଲ ଖବର: ଏଣିକି ୟୁଟୁ୍ୟବରୁ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ

ଭଲ ଖବର: ଏଣିକି ୟୁଟୁ୍ୟବରୁ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ

ରାଜ୍ୟ ଖବର

ଭୁବନେଶ୍ୱର: ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟୁ୍ୟବରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ୟୁଟୁ୍ୟବରେ ଶିକ୍ଷା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୭ଟି ସ୍ଥାନ ଯଥାି ଭୁବନେଶ୍ୱରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀର ଏସଏସସିଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଏମପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ୱରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏହି ପାଠପଢ଼ା ଆରମ୍ଭ ହେବ । ତେଣୁ କଲେଜଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଉକ୍ତ ୭ଟି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ପାଠପଢ଼ା ଲାଗି କଲେଜର ଗୋଟିରୁମକୁ ପ୍ରସ୍ତୁତ କରାଯିବ । ଯେଉଁଠାରେ ପର୍ଯ୍ୟାପ୍ତ ଲାଇଟ ସୁବିଧା ସହ କାନ୍ଥ ଧଳାରଙ୍ଗ ହୋଇଥିବା ଆବଶ୍ୟକ । ପର୍ଯ୍ୟାପ୍ତ ବିଦୁ୍ୟତ ପ୍ଲଗ ସହ କୋଠରି ଶୀତତାପ ନିୟନ୍ତ୍ରିତ ହୋଇଥିବା ଆବଶ୍ୟକ । ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଏସି, ଇଲେକ୍ଟ୍ରି ଫିଟିଂ ଓ ଧଳା ରଙ୍ଗ ଲଗାଇବା ପାଇଁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଯଦି କୌଣସି ଅସୁବିଧା ହୁଏ, ତେବେ ନିର୍ଦେଶାଳୟ ସହ ଯୋଗାଯୋଗ କରିବେ । ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ନାମ, ମୋବାଇଲ ନମ୍ବର, ହ୍ୱାଟସପ ନମ୍ବର ଓ ଇ-ମେଲ ଆଇଡି ନିର୍ଦେଶାଳୟକୁ ଯେତେଶୀଘ୍ର ସମ୍ଭବ ପଠାଇବେ । ଫଳରେ ନିୟମିତ ବ୍ୟବଧାନରେ ସେମାନଙ୍କ ସହ ଯୋଗାଯୋଗ କରାଯିବା ସହ ତାଲିମ ଦିଆଯିବ ।

Powered by Froala Editor