ଭୁବନେଶ୍ୱର: ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ଆସାମ ସହ ବିହାର ଓ ହିମାଚଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ନିମ୍ନଚାପ ରେଖା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ, ଅନୁଗୋଳ, ଢେ଼ଙ୍କାନାଳ, କଟକ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ଆକଳନ କରି ଉପରୋକ୍ତ ଜିଲ୍ଲାଗୁଡ଼ିକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗକେନ୍ଦ୍ରର ଆକଳନ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା କିଛି ସ୍ଥାନରେ ବଜ୍ରପାତ ହୋଇପାରେ । ଉପରୋକ୍ତ ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି ।
Powered by Froala Editor
