୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ : ସମୀର ରଞ୍ଜନ ଦାସ

୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ : ସମୀର ରଞ୍ଜନ ଦାସ

ରାଜ୍ୟ ଖବର

ଭୁବନେଶ୍ୱର:  ମାଟ୍ରିକ ପରୀକ୍ଷା ନେଇ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି ।  ମାଟ୍ରିକ ଅଫଲାଇନ ପରୀକ୍ଷା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବଡ଼ ସୂଚନା ଦେଇଛନ୍ତି ।   ଯେଉଁମାନେ  ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ।  ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ପିଲଅପ କରାଯିବ ।  ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି ।  ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ ।  ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । 

ସୂଚନା ଥାଉକି ଚଳିତ ଥର ମାଟ୍ରିକ ମୂଲ୍ୟାୟନରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଘରୋଇ ପିଲାଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖାଦେଇଥିଲା। ଏଥିସହିତ ସେମାନଙ୍କର ପରୀକ୍ଷା ଫଳ ୩୦ ପ୍ରତିଶତ ବଢ଼ାଯାଉ ବୋଲି ଦାବି କରିଥିଲା ଘରୋଇ ସ୍କୁଲ୍‌ର ଛାତ୍ରାଛତ୍ରୀ। ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା। ଚଳିତ ଥର ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅଫ୍‌ଲାଇନ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ ମଧ୍ୟ ଘୋଷଣା କରାଯାଇଛି।। ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିପାରିବେ। ଏବଂ ୩୦ର ତାରିଖରୁ ପରୀକ୍ଷା ଦେଇପାରିବେ। ତେବେ କରୋନା କାଳକୁ ଦେଖି ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ଼ କରିଛନ୍ତି ରାଜ୍ୟ ସରକାର। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଫି ଛାଡ଼ କରାଯାଇଛି।

Powered by Froala Editor