ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ହଇଚଇ । କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ନାକେଦମ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋଭିଡ ପ୍ରଭାବିତ ୬ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ ଯିବ ବୋଲି ଜଣାଯାଇଛି । କୋଭିଡ ନିୟନ୍ତ୍ରଣ ଓ କଣ୍ଟେନମେଣ୍ଟ ଜୋନ ଅନୁଧ୍ୟାନ ପାଇଁ ଉକ୍ତ ଟିମ ଯିବ ବୋଲି ଜଣାଯାଇଛି । ହସ୍ପିଟାଲ ବେଡ, ଭେଣ୍ଟିଲେଟର ଓ ଅକ୍ସିଜେନ ମଧ୍ୟ ଉକ୍ତ ଟିମ ତଦାରଖ କରିବ । ଟିକାକରଣ କେତେ ଆଗେଇଛି ତାହାର ମଧ୍ୟ ଉକ୍ତ ଟିମ ଅନୁଧ୍ୟାନ କରିବେ ।
ତେବେ ଉକ୍ତ ୬ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ସାମିଲ ଅଛି । ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର ମଧ୍ୟ ଉକ୍ତ ଟିମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଉକ୍ତ ଟିମରେ ଓଡ଼ିଶା ଦାୟିତ୍ୱରେ ପବ୍ଲିକ ହେଲଥ ସ୍ପେଶାଲିଷ୍ଟ ଏଆଇଆଇଏଚ ଆଣ୍ଡ ପିଏଚ ଡା. ଏ ଡାନ ଥିବା ଜଣାଯାଇଛି ।
Powered by Froala Editor
