ଚାଲିବା ସମୟରେ କି କୌଣସି କାମ କରିବା ବେଳେ ଯଦି ଧଇଁସଇଁ ହୋଇଯାଉଛନ୍ତି ତେବେ ବୁଝି ନିଅନ୍ତୁ ଆପଣଙ୍କ ଫୁସଫୁସ ସୁସ୍ଥ ନୁହଁ। ତେଣୁ ଯେଉଁମାନଙ୍କ ଫୁସଫୁସ ଦୁର୍ବଳ ରହିଛି ସେମାନଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି।
କରୋନାର ନୂଆ ସଂକ୍ରମଣ ସିଧାସଳଖ ମଣିଷର ଫୁସଫୁସକୁ ଆକ୍ରମଣ କରୁଛି। ଯେଉଁକାରଣରୁ ଫୁସଫୁସ ଦୁର୍ବଳ ହୋଇପଡ଼ୁଛି ଆଉ ନିଶ୍ବାସ ନେବାରେ ଅସୁବିଧା ହେଉଛି। ସେଥିପାଇଁ ଫୁସଫୁସକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ଦ୍ବାର ଫୁସଫୁସକୁ କିପରି ରଖିବା ସୁସ୍ଥ।
ପ୍ରତିଦିନ ମୁଲେଠି ପାଉଡର ସେବନ ଦ୍ବାରା ଥଣ୍ଡା, କାଶ ଓ ଜ୍ବର ହେବାର ଆଶଙ୍କା କମ ଥାଏ। ସେହିପରି ଏହା ଫୁସଫୁସକୁ ସୁସ୍ଥ ରଖିବାରେ ବି ସହାୟକ ହୋଇଥାଏ।
ତୁଳସୀ ପତ୍ରରେ ବହୁମାତ୍ରାରେ ପୋଟାସିୟମ , ଆଇରନ, ମାଗ୍ନେସିୟମ ଓ ଭିଟାମିନ-ସି ଥାଏ। ଯାହାକି ଫୁସଫୁସକୁ ସୁସ୍ଥ ରଖିଥାଏ। ପ୍ରତିଦିନ ସକାଳୁ ୪-୫ଟି ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ।
ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା ହୃଦୟ, ଫୁସଫୁସ ଓ ଲିଭର ଆଦି ସୁସ୍ଥ ରହିଥାଏ। ଏଥିସହିତ ହଜମ କ୍ରିୟା ବି ଭଲ ହୋଇଥାଏ।
ଫୁସଫୁସକୁ ସୁସ୍ଥ ରଖିବାରେ ଡାଲଚିନି ବ୍ୟବହାର ବହୁତ ଭଲ ହୋଇଥାଏ। ଡାଲଚିନି ସ୍ବାଦରେ ସାମାନ୍ୟ ମିଠା ଓ ରାଗ ହୋଇଥାଏ। କିନ୍ତୁ ଏହାର ପ୍ରତିଦିନ ସେବନ ମଣିଷ ଶରୀର ପାଇଁ ହିତକର ହୋଇଥାଏ।
Powered by Froala Editor
