ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ?

ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ?

ସ୍ୱାସ୍ଥ୍ୟ ହିଁ ସମ୍ପଦ

କଣ ଆପଣ ବି ଯାତ୍ରା କରିବା ସମୟରେ ଡରୁଛନ୍ତି କି? କାରଣ ଯାତ୍ରା କରିବା ସମୟେର କାଳେ ବାନ୍ତି ହୋଇଯିବ ବୋଲି। ତେବେ ବର୍ତମାନ ଚିନ୍ତା ମୁକ୍ତ ରୁହନ୍ତୁ । କାହିଁକି ନା ଯାତ୍ରା କରିବା ସମୟରେ ଏହି ୫ ଘରୋଇ ଉପଚାର ଆପଣଙ୍କ ବାନ୍ତିକୁ ପୁରା ଅଟକାଇ ଦେବ । ତେବେ ଆସନ୍ତୁ  ଜାଣିବା କଣ ରହିଛି ଏହି ପାଞ୍ଚଂଟି  ଉପାୟରେ ।

୧. ଯଦି ଯାତ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି ତେବେ ସାଙ୍ଗରେ ଲେମ୍ବୁ ନେଇ ଯାଆନ୍ତୁ । ଯେଉଁ ସମୟରେ ବି ଆପଣଙ୍କୁ ଅଲଗା ପ୍ରକାର ଅନୁଭବ ହେବ ସେହି ସମୟରେ ଲେମ୍ବୁର ଚୋପା ଛଡ଼ାଇ ତାହାକୁ ଶୁଘିଂ ନେବେ । ଏଭଳି କରିଲେ ବାନ୍ତି ଆସିବ ନାହିଁ ।

୨. ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ। ଯାତ୍ରା କରିବାକୁ ଗଲେ କିମ୍ବା ଯଦି ବାନ୍ତି ଲାଗୁଥିବ ତେବେ ଗୋଟିଏ ଚାମଚ କାଢ଼ି ସେଥିରେ ଟିକେ ଚିନି କିମ୍ବା କଳା ଲୁଣ ମିଶାଇ ଏହାକୁ ଖାଆନ୍ତୁ ।

୩. ତୁଳସୀ ପତ୍ର ପାଖରେ ରଖନ୍ତୁ । ଏହାକୁ ଖାଇବା ଦ୍ବାରା ବାନ୍ତି ଆସିନଥାଏ । ଏହା ବ୍ୟତୀତ ଗୋଟିଏ ବୋଟଲରେ ଲେମ୍ବୁ ଏବଂ ପୁଦିନା ରସକୁ କଳା ଲୁଣ ମିଶାଇ ରଖନ୍ତୁ ଏବଂ ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ । ଫଳରେ ବାନ୍ତି ଲାଗିବ ନାହିଁ ।

୪. ଲେମ୍ବୁକୁ କାଟି ସେଥିରେ କଳା ଲଙ୍କା ଏବଂ କଳା ଲୁଣ ଲଗାଇ ଚାଟନ୍ତୁ । ଏତିରେ ବି ବାନ୍ତି ହୋଇଯାଏ ।

୫. ଯଦି ଆପଣ ବସରେ ଯାତ୍ରା କରୁଛନ୍ତି ଆଉ ବସରେ ବାନ୍ତି ହେଉଛି ତେବ ମନେ ରଖନ୍ତୁ ଯେଉଁ ସିଟରେ ଆପଣ ବସିବେ ସେଥିରେ ଗୋଟିଏ ପେପର ପକାଇ ଦିଅନ୍ତୁ । ଆଉ ସେହି ପେପର ଉପରେ ବସନ୍ତୁ । ଆଉ ବାନ୍ତି ଲାଗିବ ନାହିଁ ।

Powered by Froala Editor