କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ମୋଦୀଙ୍କ ବାସଭବନରେ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ମୋଦୀଙ୍କ ବାସଭବନରେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟ ଖବର

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ  । ସଂଧ୍ୟା ୬ଟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି  । ଏନେଇ ଏବେଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି ।  ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଘରେ ଭିଡ଼ ଧୀରେ ଧୀରେ ଭିଡ଼ ହେବାରେ ଲାଗିଛି । ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ମୋଦୀଙ୍କ ବାସଭବନରେ ପହଞ୍ଚୁଥିବା ଜଣାଯାଇଛି ।  

ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଥିବାବେଳେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ଟିମରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି  । 

 ଅନ୍ୟପକ୍ଷରେ ବର୍ତ୍ତମାନର ସବୁଠୁ ବଡ଼ ଖବର ହେଲା  ଅଶ୍ୱିନୀ ବୈଷ୍ଣବ ଏବେ ମୋଦୀଙ୍କ ଘରେ ପହଞ୍ଚିଥିବା ଜଣାଯାଇଛି । ଅନ୍ୟ ନେତାଙ୍କ ଭଳି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପହଞ୍ଚିଛନ୍ତି ।   ବିଜେଡି ସମର୍ଥନରେ ବୈଷ୍ଣବ ବିଜେପିରୁ  ରାଜ୍ୟସଭା ଯାଇଛନ୍ତି ।

Powered by Froala Editor