ଆଲୁମିନିୟମ୍ ଫଏଲ ପେପରରେ ଖାଦ୍ୟ ନେଉଛନ୍ତିକି? ହୋଇପାରେ ମାରାତ୍ମକ ରୋଗ

ଆଲୁମିନିୟମ୍ ଫଏଲ ପେପରରେ ଖାଦ୍ୟ ନେଉଛନ୍ତିକି? ହୋଇପାରେ ମାରାତ୍ମକ ରୋଗ

ବିଶେଷ ଖବର

ନୂଆଦିଲ୍ଲୀ: ଯୁଗ ପରିବର୍ତ୍ତନ ସହିତ ଅନେକ ଜିନିଷର ପରିବର୍ତ୍ତନ ହେଉଛି । ଆଜିର କାର୍ଯ୍ୟ ବ୍ୟସ୍ତତା ଜୀବନରେ ଛାତ୍ର ହୁଅନ୍ତୁ ଅବା ଚାକିରିଆ କିମ୍ବା ବ୍ୟବସାୟୀ ନିଜର କର୍ମ କ୍ଷେତ୍ରକୁ ଗଲାବେଳେ ସାଙ୍ଗରେ ଖାଦ୍ୟ ନେଇ ଯାଇଥାନ୍ତି । ଅଧିକ ସମୟ ଖାଦ୍ୟ ଗରମ ରହିବ ବୋଲି ଅଧିକାଂଶ ଲୋକେ ଖାଦ୍ୟକୁ ଆଲୁମିନିୟମ ଫଏଲ ପେପରରେ ଗୁଡାଇ ନେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଶରୀର ପାଇଁ ମାରାତ୍ମକ ହୋଇପାରେ । କାରଣ ଆଲୁମିନିୟମ୍ ଫଏଲରେ ଗରମ ଖାଦ୍ୟ ରହିଲେ ଏଥିରେ ଥିବା ମାରାତ୍ମକ ତତ୍ତ୍ୱ ଖାଦ୍ୟ ସହ ମିଶି ଶରୀରକୁ ଯାଇଥାଏ । ଯାହା ହୃଦରୋଗ, କ୍ୟାନସର ସହିତ ଅନେକ ରୋଗର ଆଶଙ୍କା ବୃଦ୍ଧି କରିଥାଏ । ଏହି ଫଏଲ ପେପରରେ ରହିଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ହାଡ ମଧ୍ୟ କମ୍ଜୋର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆଲୁମିନିୟମରେ ଖାଦ୍ୟ ରଖି ଖାଇବା ଦ୍ୱାରା ମାରାତ୍ମକ ଆଲଜେମିର ରୋଗ ମଧ୍ୟ ହୋଇପାରେ । ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ବ୍ରେନ୍ ସେଲ୍ର ବୃଦ୍ଧି ମଧ୍ୟ ସଠିକ୍ ଭାବେ ହୋଇନଥାଏ । ଏହା ଆଜମା ଓ ଶ୍ୱାସ ସଂକ୍ରାନ୍ତୀୟ ରୋଗ ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଆଲୁମିନିୟମ୍ ଫଏଲ୍ ପେପରଠାରୁ ସର୍ବଦା ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।  






     


Powered by Froala Editor