ଇତିହାସର ସବୁଠୁ ଧନୀ ବ୍ୟକ୍ତି, ଯାହାଙ୍କ ସମ୍ପତ୍ତି ଆଜିପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ

ଇତିହାସର ସବୁଠୁ ଧନୀ ବ୍ୟକ୍ତି, ଯାହାଙ୍କ ସମ୍ପତ୍ତି ଆଜିପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ

ବିଶେଷ ଖବର

ତିମ୍ବକଟୁର ରାଜା ମନସା ମୂସା ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ଥିଲେ । ବର୍ତ୍ତମାନ ତିମ୍ବକଟୁ ଆଫ୍ରିକାର ମାଲିର ଏକ ସହର ଅଟେ । କୁହାଯାଏ ମନସା ମୂସାଙ୍କର ଏତେ ଧନ ଥିଲା ଯେ, ଯାହା କଳ୍ପନା କରିବା ମଧ୍ୟ କଷ୍ଠସାଧ୍ୟ ଥିଲା । କୁହାଯାଏ ତାଙ୍କ ଶାସନ କାଳରେ ଏକ ବର୍ଷରେ ପ୍ରାୟ ୧୦୦୦ କିଲୋଗ୍ରାମ ସୁନା ଉପôାଦନ ହୋଇଥିଲା । ପ୍ରକୃତରେ ମନସା ମୂସାଙ୍କର ପ୍ରକୃତ ନାମ ଥିଲା ମୂସା କିଟା । କିନ୍ତୁ ରାଜା ହେବା ପରେ ତାଙ୍କୁ ମନସା କୁହାଯାଉଥିଲା । ମନସା ମୂସା ୧୩୧୨ ଖ୍ରୀଷ୍ଟଦ୍ଧରେ ମାଲି ସାମ୍ରାଜ୍ୟର ଶାସକ ହୋଇଥିଲେ । ପ୍ରାୟ ୨୫ ବର୍ଷର ଶାସନ କାଳରେ ସେ ଅନେକ ମସଜିଦ୍ ନିର୍ମାଣ କରିଥିଲେ । ମନସା ମୂସାଙ୍କ ସହିତ ଜଡିତ ଏକ କାହାଣୀ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । କୁହାଯାଏ ୧୩୨୪ ଖ୍ରୀଷ୍ଟାଦ୍ଧରେ ମନସା ମୂସା ମକ୍କା ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ କନଭେନରେ ପ୍ରାୟ ୬୦ ହଜାର ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ । ୧୨ହଜାର ଲୋକ କେବଳ ତାଙ୍କ ବ୍ୟକ୍ତିଗତ ଅନୁଗାମୀ ଥିଲେ । ଏହା ବ୍ୟତୀତ ତାଙ୍କ ଘୋଡା ଆଗରେ ୫୦୦ ଜଣିଆ ସ୍କ୍ୱାର୍ଡ ଥିଲେ ଓ ସମସ୍ତଙ୍କ ହାତରେ ସୁନା ବାଡି ଥିଲା । ଏବଂ ତାଙ୍କ କନଭେନରେ ୮୦ଟି ଓଟର ଏକ ବ୍ୟାଚ ମଧ୍ୟ ଥିଲା ଓ ପ୍ରତ୍ୟେକ ଓଟ ଉପରେ ୧୩୬ କିଲୋଗ୍ରାମ ସୁନା ଲୋଡ କରାଯାଇଥିଲା । ସେ ଅତ୍ୟନ୍ତ ଉଦାର ଥିଲେ । ଯେତେବେଳେ ସେ ମିଶରର ରାଜଧାନୀ କାଇରୋ ଦେଇ ଯାଇଥିଲେ ଗରିବ ଲୋକଙ୍କୁ ଏତେ ଦାନ କରିଥିଲେ ଯେ ସେ ଅଞ୍ଚଳରେ ବ୍ୟାପକ ମୁଦ୍ରାସ୍ଫୀତି ହୋଇଥିଲା ।       

 






     


Powered by Froala Editor