କୁହାଯାଏ କିନ୍ନଙ୍କ ମୃତୁ୍ୟର ଆଭାସ ପୂର୍ବରୁ ହୋଇଥାଏ । କିନ୍ତୁ ଏହି ବିଷୟରେ କେବଳ କିନ୍ନର ମାନେ ହିଁ ଜାଣିପାରନ୍ତି । ମୃତୁ୍ୟ ପରେ ସେମାନଙ୍କୁ ଜୋତା, ଚପଲରେ ପିଟିବା ଓ ଗାଳି କରିବା ପରମ୍ପରା ରହିଛି । ବିବାହ କିମ୍ବା ବ୍ରତଘରେ ପହଞ୍ଚି ଆଶୀର୍ବାଦ ଦେବା ଓ ଟ୍ରାଫିକ୍ ଆଦିରେ ଗାଡି ଅଟକାଇ ବକ୍ସିସ୍ ମାଗିଥାନ୍ତି କିନ୍ନର । ପ୍ରଚଳିତ ସେକ୍ସୁଆଲ ଓରିଏଣ୍ଟେସନରୁ ଭିନ୍ନ ସେକ୍ସ ପ୍ରେଫରେନ୍ସ ରଖୁଥିବା କିନ୍ନଙ୍କ ଦୁନିଆ ସମ୍ପୂର୍ଣ୍ଣ ଅଲଗା । ଯେଉଁଠାକୁ ସାଧାରଣ ଲୋକକୁ ଯିବା ନିଷେଧ ଥାଏ । କୁହାଯାଏ କିନ୍ନରଙ୍କ ଠାରେ ଆଧ୍ୟାତ୍ମିକ ଶକ୍ତି ରହିଛି । ଯାହା ମାଧ୍ୟମରେ ତାଙ୍କୁ ମୃତୁ୍ୟର ଆଭାସ ହୋଇଯାଏ । ମୃତୁ୍ୟ ସମୟ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଓ ଇଶ୍ୱରଙ୍କ ପ୍ରାର୍ଥନା କରିଥାନ୍ତି ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ ବୋଲି । ଏହି କିନ୍ନରଙ୍କ ଠାରୁ ଦୂରରେ ରହୁଥିବା କିନ୍ନର ଆଶୀର୍ବାଦ ନେବାକୁ ଆସିଥାନ୍ତି । ଏମାନଙ୍କ ଶବକୁ କବର ଦିଆଯାଇଥାଏ । ଶବ ଶୋଭାଯାତ୍ରାରେ ଏମାନଙ୍କୁ ଚାରି କାନ୍ଧ ପରିବର୍ତ୍ତେ ଛିଡା କରି ଅନ୍ତିମ ସଂସ୍କାର ପାଇଁ ନିଆ ଯାଇଥାଏ । କୁହାଯାଏ ଯଦି ସାଧାରଣ ଲୋକେ କିନ୍ନରଙ୍କ ମୃତ ଶରୀର ଦେଖି ନିଅନ୍ତି, ତେବେ କିନ୍ନର ପୁଣି କିନ୍ନର ହୋଇ ଜନ୍ମ ନେଇଥାନ୍ତି । ସେଥିପାଇଁ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ କରାଯାଇଥାଏ । ଏହା ପରେ ଆଖ ପାଖର ବୟସ୍କ କିନ୍ନର ମାନେ ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି ।
Powered by Froala Editor
