ରାତିରେ ନିଦ ହେଉନିକି? ଆପଣାନ୍ତୁ ଏହି ଟିପ୍ସ

ରାତିରେ ନିଦ ହେଉନିକି? ଆପଣାନ୍ତୁ ଏହି ଟିପ୍ସ

ବିଶେଷ ଖବର

ସୁସ୍ଥ ଶରୀର ପାଇଁ ଆବଶ୍ୟକ ସୁନ୍ଦର ନିଦ । ପର୍ଯ୍ୟାପ୍ତ ନିଦ ନହେବା ଦ୍ୱାରା ସ୍ମୃତି ଶକ୍ତି ହ୍ରାସ ହୋଇଥାଏ । ନିଷ୍ପତ୍ତି ନେବା କ୍ଷମତା ଏବଂ ମେଦ ବହୁଳତା ଭଳି ସମସ୍ୟା ହୋଇପାରେ । ତେଣୁ ଏଥିପାଇଁ ପ୍ରାରମ୍ଭରୁ ସତର୍କ ହେବା ଉଚିତ୍ । ଅନୁସନ୍ଧାନରୁ ଜଣାପଡିଛି ଯେ ଅନେକ ରୋଗୀ ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନେ ଶୋଇବା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ ସୁସ୍ଥ ରହିବା ପାଇଁ ବୟସ୍କମାନେ ଦିନକୁ ସାତରୁ ଘଣ୍ଟା ଶୋଇବା ଆବଶ୍ୟକ । ଆମେରିକାର ଏକ ଅଧ୍ୟୟନରୁ ଜଣା ପଡିଛି ଯେ ଶୋଇବା ସମୟରେ ସଙ୍ଗିତ ଶୁଣିବା କ୍ଷତିକାରକ ହୋଇଥାଏ । ଯଦି ନିଦ୍ରାହିନତାର ଶିକାର ହେଉଛନ୍ତି, ତେବେ ଏହି ସବୁ ନିୟମ ପାଳନ କରନ୍ତୁ । 

-ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଚା ଏବଂ କଫି ପିଅନ୍ତୁ ନାହିଁ ।

-ରାତିରେ ଶୋଇବା ପୂର୍ବରୁ ଧୂମପାନ କରନ୍ତୁ ନାହିଁ । ରାତିରେ ଭାରି ଭୋଜନ କରନ୍ତୁ ନାହିଁ । 

-ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ମାବାଇଲ୍ କିମ୍ବା ଟିଭି ଦେଖନ୍ତୁ ନାହିଁ । ଶୋଇବା ସ୍ଥାନକୁ ସଫା ସୁତୁରା ରଖନ୍ତୁ ।

-ଯଦି ଆପଣଙ୍କ ସୁଗାର କିମ୍ବା ରକ୍ତଚାପର ସମସ୍ୟା ରହିଛି, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

- ଭଲ ନିଦ ପାଇଁ ସୁସ୍ଥ ଖାଦ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବା ପୂର୍ବରୁ କଦଳୀ, ଉଷୁମ କ୍ଷୀର, ବାଦାମ ଇତ୍ୟାଦି ଖାଇବା ଲାଭଦାୟକ ହୋଇଥାଏ ।  କାରଣ ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।  

Powered by Froala Editor